ମୁଖ୍ୟ ଖବର
ଭୁବନେଶ୍ୱର: ନୂଆପଡା ବିଧାନସଭା ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳର ନେତା କର୍ମୀ ଙ୍କ ଚଳଚଞ୍ଚଳତା ବୃଦ୍ଧି ପାଇବାରେ ଲାଗିଛି । ତିନି ପ୍ରମୁଖ ଦଳ ବିଜେପି ବିଜେଡି କଂଗ୍ରେସ ନିର୍ବାଚନୀ ପ୍ରଚାର ସଙ୍ଗେସଙ୍ଗେ ଦଳୀୟ ସଂଗଠନ କୁ ଆହୁରି ମଜଭୂତ ଓ କର୍ମୀଙ୍କୁ ସକ୍ରିୟ କରିବାରେ ବ୍ୟସ୍ତ ।
ଏହି ମର୍ମରେ ଆଜି କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ପଞ୍ଚାୟତ ଅଧିନସ୍ଥ ଉଦୟବନ୍ଧ ଗ୍ରାମରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସ୍ତରିୟ ଏହି କର୍ମୀ ସମ୍ମିଳନୀ ରେ ଓଡିଶା ସରକାରଙ୍କ ଗଣ ଶିକ୍ଷା ତଥା ଆଦିବାସି ବ୍ୟାପାର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ ।
ଉପସ୍ଥିତ କାର୍ୟ୍ୟକର୍ତ୍ତା ଙ୍କୁ ନିଜର ଅଭିଭାଷଣ ରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ବିଜେପି ହିଁ ଦେଶ ରେ ଆଦିବାସୀ ଜନଜାତି ମାନଙ୍କର ପ୍ରକୃତ ସାଥୀ । ଅଣ ବିଜେପି ଦଳ ମାନେ ନୀରିହ ସରଳ ଆଦିବାସୀ ଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଦେଶ ରେ ଓ ରାଜ୍ୟ ରେ ଶାସନ କରୁଥିଲେ । ଆଦିବାସୀ ଜନଜାତି ଙ୍କୁ କେବଳ ମିଥ୍ୟା ପ୍ରତାରଣା ଦେଇ ତାଙ୍କ ଅଧିକାର କୁ ଲୁଣ୍ଠନ କରୁଥିଲେ । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ରେ ବିଜେପି ସରକାର ଆସିଲା ପରେ ହିଁ ଆଦିବାସୀ ଜନଜାତି ଙ୍କ ସାମାଜିକ ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ ଯୋଜନା ହାତକୁ ନେଇ ଆଦିବାସି ଜନଜାତି ଙ୍କୁ ତାଙ୍କର ଅଧିକାର ଦେଇଛି । ମୋଦୀ ସରକାର ର ସମସ୍ତ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକର ସର୍ବାଧିକ ଲାଭ ଆଦିବାସି ଜନଜାତି ମାନେ ହିଁ ପାଇଛନ୍ତି । ଏଣୁ ଆଦିବାସୀ ଜନଜାତି ବିଜେପି ଉପରେ ବିଶ୍ବାସ ରଖି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟୀ କରନ୍ତୁ । ଏହି ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି ।
ଏହି ବୈଠକ ରେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଫକୀର ମୋହନ ନାଏକ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ