Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନୂଆପଡା ବିଜେପି ପକ୍ଷରୁ ମିଶ୍ରଣ ପର୍ବ

    Share on :
    ajab-Image
    Date: Oct 30, 2025    Views: 2391

    ନୂଆପଡା, ଭୁବନେଶ୍ୱର: ନୂଆପଡା ବିଧାନସଭା ଉପନିର୍ବାଚନରେ ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ ଜରିଆରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ସହିତ ଲୋକ ପ୍ରୀୟତା ବଢ଼ିବାରେ ଲାଗିଛି । ଆଜି ମଧ୍ୟ କୋମନା ବ୍ଲକର ଗଣ୍ଡାମେର ପଞ୍ଚାୟତ ତଥା ବିଜେପି ବଞ୍ଜାରି ମଣ୍ଡଳ ରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବ କାର୍ୟ୍ୟକ୍ରମରେ ଅନ୍ୟ ଦଳରେ ଥିବା ନେତା, କର୍ମୀ ଭାରତୀୟ ଜନତା ପାର୍ଟିର ନୀତି  ଆଦର୍ଶରେ ଅନୁପ୍ରାଣୀତ ହୋଇ ପଦ୍ମ ଧରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ତଥା ଆଦିବାସି ବ୍ୟାପାର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ନୂଆଁ କାର୍ୟ୍ୟକର୍ତାଙ୍କୁ ଦଳକୁ ସ୍ଵାଗତ କରିଥିଲେ ।

     ଏହା ସହ ମୋଦୀ ସରକାର ଙ୍କ ଦୀର୍ଘ ୧୧ ବର୍ଷ ଓ ଲୋକପ୍ରିୟ ମୋହନ ମାଝୀ ଙ୍କ ୧୬ ମାସ ର ସରକାର ରେ ଡବଲ ଇଞ୍ଜିନର ଡବଲ ଗତିରେ ହେଉଥିବା ବିକାଶ ସହିତ ବିଜେପି ର ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ସୁଶାସନ ବିଷୟରେ ଉପସ୍ଥିତ ନେତୃବୃନ୍ଦ କାର୍ୟ୍ୟକାର୍ତ୍ତା ଙ୍କୁ ଅବଗତ କରାଇଥିଲେ  ।
     ଲୋକଙ୍କ ଉନ୍ନତିର ସାଥି ଏବଂ ରାଜ୍ୟ ଦେଶର ବିକାଶର ବାହକ ଭାରତୀୟ ଜନତା ପାର୍ଟି ସମସ୍ତଙ୍କ ଆଦର ହୋଇ ପାରିଛି। ଯାହା ନିଶ୍ଚୟ ଏ ଶୁଭ ଲକ୍ଷଣ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି । ଏହି ଉପନିର୍ବାଚନରେ ସମସ୍ତେ ମିଶି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟୀ କରାଇବାକୁ କାର୍ୟ୍ୟ କରିବାକୁ କହିଥିଲେ । 
     ଆଜିର କାର୍ୟକ୍ରମ ରେ ଯାଜପୁର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା, ବରିଷ୍ଠ ବିଜେପି ନେତା ହୋମସିଂ ମାଝି, ଦୃଷ୍ଟି ମାଝି, ବିହାରୀ ମାଝି, ରମେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook