ମୁଖ୍ୟ ଖବର
ନୂଆପଡା, ଭୁବନେଶ୍ୱର: ନୂଆପଡା ବିଧାନସଭା ଉପନର୍ବାଚନକୁ ନେଇ ବିବିଧ କାର୍ୟ୍ୟକ୍ରମ ଜରିଆରେ ଭୋଟ ଭିକ୍ଷା କରୁଛନ୍ତି ବିଜେପି ନେତା ମନ୍ତ୍ରୀ ସାଂସଦ ଏବଂ ବିଧାୟକ । ଏହି ମର୍ମ ରେ ଆଜି ନୂଆପଡା ଜିଲ୍ଲା କୋମନା ବ୍ଲକର ସୁନାବେଡ଼ା ପଞ୍ଚାୟତ ଠାରେ ଥିବା ମା' ସୁନାଦେଇ ମନ୍ଦିର ପରିସରରେ ରେ ବିଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନାବେଡ଼ା ପଞ୍ଚାୟତର ଗୁରୁଜନ ଏବଂ ମା' ମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାର୍ତ୍ତାଳାପ କଲେ ଓଡ଼ିଶା ସରକାର ଙ୍କ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ କ୍ଷ ଡବଲ୍ ଇଞ୍ଜିନ୍ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଓ ଜନହିତକାରି ଯୋଜନା ଦ୍ୱାରା ସେମାନେ କିଭଳି ଲାଭାନ୍ଵିତ ହେଉଛନ୍ତି ତାହା ଆଲୋଚନା କରିଥିଲେ । ମୋହନ ଚରଣ ମାଝୀ ଙ୍କ ନେତୃତ୍ୱ ରେ ରାଜ୍ୟ ରେ ହେଉଥିବା ଦ୍ଵିଗୁଣିତ ବିକାଶ କଥା ଜଣାଇଥିଲେ । ନୂଆପଡ଼ାର ବିକାଶ ପାଇଁ ନୂଆପଡ଼ା ମାଟିର ପୁଅ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ଙ୍କୁ ପଦ୍ମଫୁଲରେ ଭୋଟ୍ ଦେଇ ବିଜୟୀ କରାଇବାକୁ ଅନୁରୋଧ କରିଥିଲେ ।
Comments ସମସ୍ତ ମତାମତ