Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନୂଆପଡାରେ ବିଜେପିର ବିଶାଳ ମିଶ୍ରଣ ପର୍ବ

    Share on :
    ajab-Image
    Date: Oct 30, 2025    Views: 2262

       ନୂଆପଡା, ଭୁବନେଶ୍ୱର:  ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ  ଜୋନ୍ ୭ ଆମାନାରା ଠାରେ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ବିଜେପି ପ୍ରତି ନିଜର ବିଶ୍ୱାସ ଓ ଆସ୍ଥା ପ୍ରକାଶ କରି  ବିଜେଡି ଏବଂ କଂଗ୍ରେସ ଦଳ ର ଅନେକ ସରପଞ୍ଚ ,ସମିତି ସଭ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଶତାଧିକ ସକ୍ରିୟ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି । 
        ଏହି ଅବସରରେ ଓଡ଼ିଶା ସରକାର ଙ୍କ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଓ ଜୟଜଙ୍ଘା ମଣ୍ଡଳ ସଭାପତି ଗୋବିନ୍ଦ ଦଣ୍ଡସେନା ନୂତନ ଭାବେ ମିଶିଥିବା ସମସ୍ତ କାର୍ୟ୍ୟକର୍ତ୍ତା ଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ବିଜେପି ପରିବାରକୁ ସ୍ୱାଗତ କରିଥିଲେ ।
       ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଏହି ମିଶ୍ରଣ ପର୍ବ ନୂଆପଡ଼ାରେ ବିଜେପି ର ବିସ୍ତାର ଓ ଦଳର ଶକ୍ତି ବୃଦ୍ଧି ପାଇବାରେ ଏକ ମାଇଲଖୁଣ୍ଟ ହେବା ସହିତ ନୂଆପଡ଼ାର ବିକାଶରେ ଆପଣମାନେ ଗୁରୁ ଦାୟିତ୍ୱ ଗ୍ରହଣ କରିବେ । ଏବଂ ନୂଆପଡା ବିଧାନସଭାର ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରିବାରେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook