Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଉପନିର୍ବାଚନ ହେଲେ ନୂଆପଡ଼ା ଆମର:ମନମୋହନ

    Share on :
    ajab-Image
    Date: Sep 28, 2025    Views: 3590

    ଭୁବନେଶ୍ବର: ନୂଆପଡ଼ା ଭାରତୀୟ ଜନତା ପାର୍ଟି ନିଶ୍ଚିତ ଭାବେ ବିଜୟ ଲାଭ କରିବ । ସେଠାରେ ବିଜେପିକୁ ଜିତାଇବାକୁ ଲୋକେ ଚାହୁଁଛନ୍ତି । ତେଣୁ ଉପନିର୍ବାଚନ ହେଲେ ନୂଆପଡ଼ା ଆମର ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କିଏ ହେବ ଦଳୀୟ ପ୍ରାର୍ଥୀ ତାକୁ ନେଇ ମଧ୍ୟ ଟିପ୍ପଣୀ ଦେଇଛନ୍ତି । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ସଂସଦୀୟ ଦଳ କମିଟି ପ୍ରାର୍ଥୀ ଚୟନ କରିବେ ବୋଲି ବିଜେପି ରାଜ୍ୟ ମୁଖିଆ କହିଛନ୍ତି । ଏହାଛଡ଼ା ନୂଆପଡାରେ ଆମେ ନିଶ୍ଚୟ ଜିତିବୁ, ଯଶସ୍ବୀ ହେବୁ । ସେ ଅଞ୍ଚଳରେ ବିକାଶ ବହୁତ ପଛରେ ଅଛି । ବିଜେପି ଜିତିଲେ ଅଞ୍ଚଳର ସମସ୍ୟାର ସମାଧାନ ହେବ । ବିକାଶପଥରେ ନୂଆପଡ଼ା ଦୌଡିବ ବୋଲି ମନମୋହନ ସାମଲ କହିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook