Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସେବା ପକ୍ଷରେ ୧ ଲକ୍ଷ ବୃକ୍ଷ ଚାରା ଲଗାଇବ ଅନୁସୂଚିତ ଜାତି ମୋର୍ଚ୍ଚା: ଦିଲୀପ ମଲ୍ଲିକ

    Share on :
    ajab-Image
    Date: Sep 15, 2025    Views: 2658

    ଭୁବନେଶ୍ୱର: ଗରିବ ଓ ଦଳିତ ବର୍ଗର ଉତ୍‌ଥାନ ନିମନ୍ତେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଅନେକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବାକୁ ମୋଦିଜୀ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଅନୁସୂଚିତ ଜାତିର ଆର୍ଥିକ ବିକାଶଠାରୁ ଆରମ୍ଭ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଭଳି ଅନେକ ଉଲ୍ଲେଖନୀୟ କାର୍ୟ୍ୟ କରି ମୋଦିଜୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ମୋଦିଜୀଙ୍କ ଭଳି ସାମାଜିକ କାର୍ୟ୍ୟରେ ନିଜକୁ ସାମିଲ କରିବା ପାଇଁ ସମସ୍ତେ ତାଙ୍କ ଜନ୍ମଦିନକୁ ସେବା ଦିବସ ଭାବେ ପାଳନ କରନ୍ତି। ତାଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ୟ୍ୟନ୍ତ ସେବା ପକ୍ଷ ଭାବେ ପାଳନ କରାଯାଏ। ଚଳିତ ବର୍ଷ ମୋଦିଜୀଙ୍କ ୭୫ତମ ଜନ୍ମଦିବସ ପଡୁଥିବାରୁ ଏହାକୁ ସ୍ମରଣୀୟ ରଖିବା ପାଇଁ ବ୍ୟାପକ ଯୋଜନା କରାଯାଇଛି ବୋଲି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି। 
    ରାଜ୍ୟ ବିଜେପି ମୁଖପାତ୍ର ତଥା ଅନୁସୂଚିତ ଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନରୁ ଆରମ୍ଭ ହେବାକୁ ଥିବା ସେବା ପକ୍ଷରେ ବୃକ୍ଷ ଚାରା ରୋପଣ, ସ୍ୱଚ୍ଛତା ଅଭିଯାନ, ସ୍ୱାସ୍ଥ୍ୟ ଶିବିର ଓ ମୋଦିଜୀଙ୍କ ଜୀବନ ଉପରେ ପ୍ରଦର୍ଶନୀ ଆୟୋଜନ କରାଯିବ। ଏନେଇ ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସେବା ପକ୍ଷରେ ପ୍ରତି ମଣ୍ଡଳସ୍ତରରେ “ମା’ ପାଇଁ ଗଛଟିଏ” କାର୍ୟ୍ୟକ୍ରମ କରାଯାଇ ୧ ଲକ୍ଷ ବୃକ୍ଷ ଚାରା ରୋପଣ କରି ସବୁଜ ପରିବେଶର ବାର୍ତା ଦିଆଯିବ। ଏହାଛଡ଼ା ୧୦୫୪ ମଣ୍ଡଳର ୨୧୦୮ ସ୍ଥାନରେ ମୋର୍ଚ୍ଚା ପକ୍ଷରୁ ସ୍ୱଚ୍ଛତା ଅଭିଯାନ କରାଯିବ। ସ୍ୱାସ୍ଥ୍ୟ ଶିବିରରେ ଅନୁସୂଚିତ ଜାତିରବର୍ଗଙ୍କୁ ସାମିଲ କରି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ସହଯୋଗ କରିବ। ଜିଲ୍ଲାସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜୀବନି, ନେତୃତ୍ୱ ଏବଂ ଉପଲବ୍ଧି ଉପରେ ହେବାକୁ ଥିବା ପ୍ରଦର୍ଶନୀରେ ଦଳିତ ବର୍ଗର ଲୋକଙ୍କୁ ସାମିଲ କରିବ। ମୋଦିଜୀଙ୍କ ଜନ୍ମଦିନରେ ତାଙ୍କ ଦୀର୍ଘମୟ ଜୀବନ କାମନ କରି ମନ୍ଦିରରେ ଦ୍ୱୀପ ପ୍ରଜ୍ୱଳନ କରିବାକୁ ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ସୀମାଂଚଳ ଖଟେଇ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। 
    ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ସାଂସଦ ଡ.ରବି ନାରାୟଣ ବେହେରା, ବିଧାୟକ ରଘୁରାମ ମାଛ, ପୂର୍ଣ୍ଣଚନ୍ଦ୍ର ସେଠୀ, ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ଅନୁସୂଚିତ ଜାତିମୋର୍ଚ୍ଚା ଉପସଭାପତି ମନିଜର ଆର୍ୟ୍ୟ, ରାଜ୍ୟ ଉପସଭାପତି ରାମବିଶି ଦିଘାଲ, ରାଜ୍ୟ ଉପସଭାନେତ୍ରୀ ସ୍ମିତା ପ୍ରଧାନ, ସାଧାରଣ ସମ୍ପାଦକ ଚନ୍ଦନ ସ୍ୱରାଜ, ପୂର୍ବତନ ମୋର୍ଚ୍ଚା ସଭାପତି ମନୋଜ ବେହେରା, କାର୍ୟ୍ୟାଳୟ ସମ୍ପାଦକ ରାଧାକାନ୍ତ ମଲ୍ଲିକ, ବସନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। 

     

    Maximum 500 characters

    ରାଜନୀତି View all

    Find Us on Facebook