Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜନୀତିରେ କିଛି ବି ଲୁଚାଛପାରେ ହୁଏ ନାହିଁ:ମନମୋହନ ସାମଲ

    Share on :
    ajab-Image
    Date: Sep 6, 2025    Views: 2635

    ଭୁବନେଶ୍ବର: ଦିଲ୍ଲୀରୁ ଫେରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦିଲ୍ଲୀରେ ସଂଗଠନକୁ ନେଇ ଆଲୋଚନା ହେଲା ଯାହା ଆଗକୁ ନିଷ୍ପତ୍ତି ହେବ।  ଠିକ ସମୟରେ ରାଜ୍ୟ ଟିମ ଗଠନ କରାଯିବ। ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ବ, ରାଜ୍ୟ ପ୍ରଭାରୀଙ୍କ ସହ  ଆଲୋଚନା ହୋଇଛି। ରୁଟିନ ମିଟିଙ୍ଗ ଚାଲିଛି ପୁଣି ଦିଲ୍ଲୀ ଯିବି।

    ଗ୍ରହଣ ସପ୍ତାହ ପରେ ବିଜେପିର ନୂଆ ଟିମ ହୋଇ ପାରେ ଘୋଷଣା ପ୍ରଶ୍ନର ଉତ୍ତର ଦେଇ ମନମୋହନ ସାମଲ କହିଛନ୍ତି ବିଜେପିକୁ ଗ୍ରହଣ ଲାଗିନାହିଁ। ତେଣୁ ଠିକ ସମୟରେ ଟିମ ଗଠନ କରାଯିବ। ରାଜନୀତିରେ କିଛି ବି ଲୁଚାଛପାରେ ହୁଏ ନାହିଁ। ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କି ନୂଆ ଟିମ କିଛି ବି ଲୁଚାଛପାରେ ହେବ ନାହିଁ। ସବୁକିଛି ଖୋଲାଖୋଲିରେ ହେବ। କୌଣସି କାର୍ୟ୍ୟ ବିଳମ୍ବ ହେଉ ନାହିଁ। ବିଳମ୍ବେ କାର୍ୟ୍ୟ ସିଦ୍ଧି। ସମୟ ହେଉଛି ବଳବାନ।  
    ବିଜେଡିର ଅଭିଯୋଗ ବିଜେପି କିଛି ନିଷ୍ପତ୍ତି ନେଇ ପାରୁ ନାହିଁ ପ୍ରଶ୍ନରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଜେଡି ନିଷ୍ପତ୍ତି ନେଇ ପାରୁ ନ ଥିଲା ବୋଲି ସରକାରରୁ ସେମାନେ ପଳାଇଲେ। ଆମେ ନିଷ୍ପତ୍ତି ନେଇଛୁ ବୋଲି ସରକାର ଚାଲିଛି। 

    Maximum 500 characters

    ରାଜନୀତି View all

    Find Us on Facebook