ମୁଖ୍ୟ ଖବର
ଭୁବନେଶ୍ୱର : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ। କହିଲେ ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ। ଏନେଇ ଚର୍ଚ୍ଚା ଆଲୋଚନା ଚାଲିଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ କାମ। ମୁଖ୍ୟମନ୍ତ୍ରୀ ଦଳକୁ ପରାମର୍ଶ ମାଗିଲେ, ଆମେ ନିଶ୍ଚୟ ଦେବୁ।
ଦିଲ୍ଲୀରୁ ଫେରିବା ପରେ ମନମୋହନ ସାମଲ ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଏବଂ ଖାଲିପଡିଥିବା ନିଗମ ପଦବୀ ପୂରଣ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆସନ୍ତା ୧୫ ଦିନରୁ ମାସେ ମଧ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ । ପ୍ରଥମେ ସଂଗଠନ, ବୋର୍ଡ, ନିଗମର ଚୟନ କରାଯିବ । ଆଉ ପରେ ମନ୍ତ୍ରିମଣ୍ଡଳ ନେଇ ଆଲୋଚନା ହେବ । ଯୋଗ୍ୟତା, ଦକ୍ଷତା ଏବଂ ଅଭିଜ୍ଞତା ଆଧାରରେ ମନ୍ତ୍ରିମଣ୍ଡଳରେ ଯାହାକୁ ଯାହା ଦାୟିତ୍ୱରେ ଦିଆଯାଇଛି, ସେ ତାହାକୁ ସେ ଠିକ୍ ଭାବେ ନିର୍ବାହ କରୁଛନ୍ତି । ଦିନ କି ଦୁଇ ଦିନ ମଧ୍ୟରେ ରାଜ୍ୟ ବିଜେପି ପାଇଁ ନୂଆ ଟିମ୍ ଗଠନ କରାଯିବ । ପରେ ବୋର୍ଡ ଓ ନିଗମ ପଦବୀ ପୂରଣ ହେବ। ମନ୍ତ୍ରିମଣ୍ଡଳ ନେଇ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ।
Comments ସମସ୍ତ ମତାମତ