Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ସେଭଳି କୌଣସି ସମ୍ଭାବନା ନାହିଁ:ମନମୋହନ ସାମଲ

    Share on :
    ajab-Image
    Date: Jul 26, 2025    Views: 2915

    ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ରାଜ୍ୟ ସଭାପତି ମନମୋହନ ସାମଲ । ତିନି ଦିନିଆ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିଛନ୍ତି ରାଜ୍ୟ ବିଜେପି ସଭାପତି  । ଦିଲ୍ଲୀରୁ ଫେରିବା ପରେ ସେ କହିଛନ୍ତି ଯେ, ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ । ମନ୍ତ୍ରୀମଣ୍ଡଳ ଚର୍ଚ୍ଚା ଆଲୋଚନା ପାଇଁ ଯାଇନଥିଲୁ। ସାଂଗଠନିକ ବିଷୟରେ ଆଲୋଚନା କରିଛୁ। କିଛି ବାକି ଥିବା କାମ ରହିଛି, ଯାହାକୁ ନେଇ ଆଲୋଚନା କରିଛୁ। ମନ୍ତ୍ରିମଣ୍ଡଳକୁ ନେଇ ସେଭଳି କୌଣସି ସମ୍ଭାବନା ନାହିଁ। କେବଳ ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା ବୋଲି କହିଛନ୍ତି ରାଜ୍ୟ ସଭାପତି । 

    ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଛୁ । ସାମ୍ବିଧାନିକ ପଦ୍ଧତିରେ ରାଜ୍ୟ ବିଜେପିରେ ନୂଆ କମିଟି ହେବ। ରାଜ୍ୟ ବିଜେପିର କମିଟି ଗଠନ ପରେ ନୂଆ ଭିଜନ୍ ପ୍ରସ୍ତୁତ ହେବ। ସେହି କମିଟିରେ ପୁରୁଣା ଏବଂ ନୂଆଙ୍କୁ ସୁଯୋଗ ଦିଆଯିବ। ରାଜ୍ୟ ବିଜେପିରେ ୨୫ ପ୍ରତିଶତ ନୂଆ ମୁହଁ ଆସିବେ। ଦୁଇ ଦିନ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ବୈଠକ ରହିଛି। ପ୍ରଭାରୀଙ୍କ ସହ ନିରନ୍ତର ବୈଠକ ହେବ। ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହେବ। ସେହିପରି ଖୁବ ଶୀଘ୍ର ନିଗମ ପଦବୀ ଗୁଡିକ ପୂରଣ କରାଯିବ। 

    Maximum 500 characters

    ରାଜନୀତି View all

    Find Us on Facebook