Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ

    Share on :
    ajab-Image
    Date: Jun 30, 2025    Views: 2409

    ଭୁବନେଶ୍ବର: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ। ବର୍ତ୍ତମାନ ପୁରୀରେ ରଥଯାତ୍ରା ବେଳେ ଯେଉଁସବୁ ଅଘଟଣ ଘଟିଛି, ତାହାକୁ ନେଇ ଦଳ ବର୍ତ୍ତମାନ ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏନେଇ ସୂଚନା ଦେଇଛନ୍ତି, ବିଜେପି ସାଂସଦ ତଥା ବିଜେପିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ।"ପୁରୀରେ ଯେଉଁ ଦୁର୍ଘଟଣା ଘଟିଲା ଏଥିରେ ଆମେ ମର୍ମାହତ ଅଛୁ। ଯାହା ସମସ୍ତଙ୍କୁ ମର୍ମାହତ କରିଛି। ତେଣୁ ବିଜେପି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ କରୁଛି। ଏହାସହ ସବୁ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ କରୁଛି ଦଳ। ଆଗାମୀ ଦିନରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରି ପୁଣି ଥରେ ତାରିଖ ନିର୍ଦ୍ଧାରଣ କରାଯିବ" ବୋଲି ସୂଚନା ଦେଇଛନ୍ତି ବିଜେପି ସାଂସଦ ତଥା ବିଜେପିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ।

    ଏହାପୂର୍ବରୁ ବିଜେପି ସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତାକାଲି ଦଳର ରାଜ୍ୟ ସଭାପତି ଆଶାୟୀମାନେ ନାମାଙ୍କନ ଦାଖଲ କରିଥାନ୍ତେ। ଜୁଲାଇ ୧ ତାରିଖ ୧୦ଟାରୁ ୧୨ଟା ମଧ୍ୟରେ ମତଦାନ ହୋଇଥାନ୍ତା। ମଙ୍ଗଳବାର ବିଜେପିର ସଭାପତି ଘୋଷଣା ହୋଇଥାନ୍ତା। କିନ୍ତୁ ଏବେ ନିର୍ବାଚନକୁ ଦଳ ପକ୍ଷରୁ ସ୍ଥଗିତ ରଖାଯାଇଛି।ବିଜେପି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ବିହାର ସାଂସଦ ସଂଜୟ ଜୟସ୍ବାଲଙ୍କୁ ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଆସନ୍ତା ଜୁଲାଇ ୧ରେ ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିବ ବୋଲି ଦଳ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା। ବିଜେପି ରାଜ୍ୟ ସଭାପତି ଚୟନରେ ବିଳମ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି।

    ରାଜ୍ୟ ସଭାପତି ଚୟନକୁ ନେଇ ଦିଲ୍ଲୀରେ ରାଜ୍ୟ ନେତାଙ୍କ ବଡ଼ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ ଓ କୋର କମିଟିର ମାନସ ମନ୍ଥନ ହୋଇଥିଲା। ଜିଲ୍ଲା ସଭାପତି ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ରାଜ୍ୟରେ ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ହେବା ସହ ନୂଆ ମଙ୍ଗୁଆଳ କିଏ ହେବ ତାକୁ ନେଇ ଆଲୋଚନା ହୋଇଥିବା ସୂଚନା ରହିଥିଲା।

    Maximum 500 characters

    ରାଜନୀତି View all

    Find Us on Facebook