Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନ ନିଜ ବକ୍ତବ୍ୟର ପୁନଃ ବିଚାର କରନ୍ତୁ : ମନମୋହନ

    Share on :
    ajab-Image
    Date: Apr 17, 2025    Views: 3292

    ଭୁବନେଶ୍ବର : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ପରେ ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ବିଜୁ ବାବୁଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ଅଛି । ଓଡ଼ିଶାର ବରପୁତ୍ର ଥିଲେ, ସ୍ୱାଧୀନତା ସଂଗ୍ରାମ ସମୟରେ ଏବଂ ଯେଉଁସବୁ ଭଲ କାମ କରିଛନ୍ତି ଓଡ଼ିଶାବାସୀ ତାଙ୍କୁ ନିଶ୍ଚିତ ମନେ ରଖିବେ । ଆଜି ଶ୍ରଦ୍ଧାଞ୍ଜଳି କରିବାର ଦିନ । ନବୀନ ଯାହା କହିଛନ୍ତି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଆମ ହାଡ଼ ମାଂସରେ ପୂଜ୍ୟପୂଜା ଅଛି । ଯେଉଁ ମାନେ ମହା ମନିଷୀ ସମସ୍ତଙ୍କୁ ପୂଜ୍ୟାପୂଜା ହେବା ଉଚିତ ସମସ୍ତଙ୍କୁ ସମ୍ମାନ ଦେବା ଦରକାର । ବିଜୁ ବାବୁଙ୍କ ପ୍ରତି ଯେଉଁ ସମ୍ମାନ ଅଛି ରହିବ । ଜଣେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏଭଳି ବକ୍ତବ୍ୟ ଉଚିତ ନୁହେଁ । ସେ ନିଜେ କହୁଛନ୍ତି ନା ତାଙ୍କୁ କିଏ କୁହାଉଛନ୍ତି ମୁଁ ଜାଣିନି । ତାଙ୍କ ପରାମର୍ଶଦାତା ଭୁଲ ଅଛି । ନିଜ ବକ୍ତବ୍ୟର ପୁନଃ ବିଚାର କରନ୍ତୁ ବୋଲି ବୋଲି ମନମୋହନ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook