ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟ ବିଜେପିରେ ଖୁବ୍ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟ। ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ନୂଆ ରାଜ୍ୟ ସଭାପତିଙ୍କ ହେବ ଘୋଷଣା। ରାଜ୍ୟ ନିର୍ବାଚନ ଅଧିକାରୀ ଓଡିଶା ଆସି ନୂଆ ବିଜେପି ସଭାପତିଙ୍କ ନାଁ ଘୋଷଣା କରିବେ। କନ୍ଧମାଳ ସାଂସଦ ଏହି ସୂଚନା ଦେଇଛନ୍ତି।
ଗୁରୁବାର ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ବଡ଼ ସୂଚନା ଦେଇଛନ୍ତି । ଫେବ୍ରୁଆରୀ ସୁଦ୍ଧା ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିବ । ରାଜ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ ଜୈଶ୍ବାଲ ଓଡ଼ିଶା ଆସି ଏନେଇ ଆଲୋଚନା କରିଛନ୍ତି । ତେବେ ପୁଣିଥରେ ରାଜ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆସିବେ । ଏହାସହ ବାକି ୧୪ ଜିଲ୍ଲାରେ ସଭାପତି ନାଁ ମଧ୍ୟ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି କନ୍ଧମାଳ ସାଂସଦ ତଥା ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଘୋଷଣା ନେଇ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଜାନୁୟାରୀ ୧୫ ତାରିଖ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚନ ଲକ୍ଷ୍ୟ ରଖାଯାଇଥିଲେ ସୁଦ୍ଧା ତାହା ଏପର୍ୟ୍ୟନ୍ତ ଘୋଷଣା କରାଯାଇ ପାରିନାହିଁ। ଦଳର ୩୭ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ କେବଳ ୨୩ ଜଣ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ସମସ୍ତ ମଣ୍ଡଳ ସଭାପତିଙ୍କ ନାମ ମଧ୍ୟ ଚୁଡ଼ାନ୍ତ ହୋଇପାରି ନାହିଁ। ସଭାପତି ଚୟନ ନେଇ ସହମତି ପ୍ରକାଶ ପାଇପାରୁ ନାହିଁ। ମନମୋହନ ସାମଲଙ୍କୁ ରିପିଟ୍ କରିବା ପାଇଁ କେତେକ ମନ୍ତ୍ରୀ,ସାଂସଦ ଏବଂ ବିଧାୟକ ଜିଦ୍ ଧରିଥିବା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବା ଚର୍ଚ୍ଚା ହେଉଛି।
Comments ସମସ୍ତ ମତାମତ