Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଖୁବ୍‌ଶୀଘ୍ର ଶେଷ ହୋଇଯିବ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା

    Share on :
    ajab-Image
    Date: Jan 6, 2025    Views: 3371

    ଭୁବନେଶ୍ୱର: ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହୋଇଯିବ। ଆସନ୍ତା ୧୫ ତାରିଖ ଭିତରେ ସବୁ ଜିଲାର ସଭାପତି ପଦ ଘୋଷଣା ହୋଇଯିବ। ୯ ତାରିଖରେ ଏହି ପଦବୀ ନେଇ ନାମାଙ୍କନ ପ୍ରକ୍ରିୟା ସରିବ। ଯେଉଁମାନଙ୍କ ନାଁ ସର୍ବସମ୍ମତିକ୍ରମେ କେନ୍ଦ୍ରରୁ ଆସିବ ତାଙ୍କୁ ସଭାପତି କରାଯିବ ବୋଲି ବିଜେପି ଏମ୍‌ପି ସୁକାନ୍ତ ପାଣିଗ୍ରାହୀ କହିଛନ୍ତି। ସେ ଆହୁରି କହିଛନ୍ତି,ରାଜ୍ୟ ପଠାଇଥିବା ତାଲିକାକୁ କେନ୍ଦ୍ର ଚୂଡ଼ାନ୍ତ କରିବା ପରେ ୧୫ ତାରିଖ ଭିତରେ ଘୋଷଣା ହୋଇଯିବ। ୬୨୦ ମଣ୍ଡଳ ସଭାପତିଙ୍କ ତାଲିକା ରବିବାର ସୁଦ୍ଧା ସରିଯିବ। ଏହି ପ୍ରକ୍ରିୟା ଚାଲିଛି। ସୋମବାର ସୁଦ୍ଧା ମଣ୍ଡଳ ସଭାପତିଙ୍କ ନାଁ ଘୋଷଣା ହୋଇଯିବ। ଯୁବ ବର୍ଗଙ୍କୁ ଏଥିରେ ଦାୟିତ୍ୱ ଏବଂ ନେତୃତ୍ୱ ଦିଆଯିବ। ମଣ୍ଡଳ ସଭାପତି ହେବା ଲାଗି ୩୫ରୁ ୪୦ ବର୍ଷ ପର୍ୟ୍ୟନ୍ତ ବୟସ ସୀମା ରହିଛି। ସେହିପରି ଜିଲା ସଭାପତିମାନଙ୍କୁ ୬୦ ବର୍ଷ ଭିତରେ ରଖିବା ଲାଗି ସୀମା ଧାର୍ୟ୍ୟ କରାଯାଇଛି। ଏହାଦ୍ୱାରା ଯେଉଁମାନେ ମଣ୍ଡଳ ସଭାପତି ହେବେ ସେମାନେ ଆଗକୁ ଅନ୍ୟ ପଦରେ ରହି କାର୍ୟ୍ୟ କରିପାରିବେ। ବୟସର ସୀମା ଏଥିଲାଗି ରଖାଯାଇଛି ଯେ, ଜଣେ ଯୁବକ ସମୟରୁ କାମ କଲେ ଅଧିକ ଦିନ ପର୍ୟ୍ୟନ୍ତ ଦଳ ଦାୟିତ୍ୱ ତୁଲାଇ ପାରିବେ ବୋଲି ପାଣିଗ୍ରାହୀ କହିଛନ୍ତି॥

     

    Maximum 500 characters

    ରାଜନୀତି View all

    Find Us on Facebook