Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହିଞ୍ଜିଳିରେ ନବୀନ-ଶିଶିର ଫାଇଟ୍‌‌

    Share on :
    ajab-Image
    Date: Apr 2, 2024    Views: 3111

    ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି। ପ୍ରଥମ ପର୍ୟ୍ୟାୟରେ ୧୧୨ ଟି ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ।  ତେବେ ଏହି ତାଲିକାରେ ହିଞ୍ଜିଳିରୁ ଶିଶିର ମିଶ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି।

    ହିଞ୍ଜିଳି ହେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗଡ। ହିଞ୍ଜିଳି ଆସନକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ତେବେ ବିଜେପି ଏଠାରେ ଶିଶିର ମିଶ୍ରଙ୍କ ଉପରେ ଭରସା କରିଛି। ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଟ୍‌‌ କରିବେ ଶିଶିର ମିଶ୍ର।

    ଗତ ବିଧାନସଭା ନିର୍ବାଚନରେ ହିଞ୍ଜିଳିରୁ ଦଳ ପିତାମ୍ବର ଆଚାର୍ୟ୍ୟଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ନବୀନଙ୍କ ବିରୋଧରେ ପିତାମ୍ବର ବହୁ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଏଥର ପିତାମ୍ବରଙ୍କ ବଦଳରେ ଶିଶିର ମିଶ୍ର ପ୍ରାର୍ଥୀ ହୋଇଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook