Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଜିଠୁ ସମସ୍ତ ବ୍ଲକ ଘେରାଉ କରିବ ବିଜେପି

    Share on :
    ajab-Image
    Date: Nov 14, 2023    Views: 3211

    ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିକୁ ମୁଦ୍ଦା କରି ରାଜରାସ୍ତାକୁ ଓହ୍ଲାଇବ ବିଜେପି। ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଆଜିଠୁ ୧୮ ତାରିଖ ଯାଏଁ ରାଜ୍ୟର ସମସ୍ତ ବ୍ଲକ୍ ଘେରାଉ ବିଜେପି।ବିଜେପିର ଅଭିଯୋଗ ହେଉଛି, ଓଡ଼ିଶାରେ ପିସି କାରବାର ଚାଲିଛି। ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ଗତ ୯ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ତେବେ ଗ୍ରାମାଞ୍ଚଳ ବିକାଶ ପାଇଁ ଯାଇଥିବା ଅର୍ଥ ହରିଲୁଟ କରାଯାଉଛି ଓ ଏ ଅର୍ଥରେ ବିଜେଡି ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଥିବା ଦଳ ଅଭିଯୋଗ କରିଛି।

    ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା କହିଛନ୍ତି, ହିତାଧିକାରୀଙ୍କ ନାମକୁ ବାରମ୍ବାର ପରିବର୍ତ୍ତନ କରି  ହଜାର ହଜାର କୋଟି ଟଙ୍କା ଦୁର୍ନୀତି କରୁଛନ୍ତି। ବିଧବା ଭତ୍ତା ପ୍ରଦାନ କରିବା କ୍ଷେତ୍ରରେ ଲାଞ୍ଚ ନେଉଛନ୍ତି। ରାଜ୍ୟରେ ଦୁର୍ନୀତିକୁ ମୁଦ୍ଦା କରି ସମସ୍ତ ବ୍ଲକ୍ କାର୍ୟ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛୁ। ତେବେ ବିଜେପିର ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

    Maximum 500 characters

    ରାଜନୀତି View all

    Find Us on Facebook