Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୧୪ରୁ ବିଜେପି କରିବ ୫ଦିନିଆ ‘ଗଣବିକ୍ଷୋଭ’

    Share on :
    ajab-Image
    Date: Nov 11, 2023    Views: 3611

    ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜ ନିଜ ଢଙ୍ଗରେ ଲୋକଙ୍କ ନିକଟତର ହେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।  ବିଜେପି  ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ନଭେମ୍ବର ୧୪ରୁ ୫ଦିନିଆ ଗଣବିକ୍ଷୋଭ କାର୍ୟ୍ୟକ୍ରମ କରିବ ବୋଲି ସୂଚନା ଦେଇଛି । ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟ ଆଗରେ ବିଜେପି ଏହି ଜନଆକ୍ରୋଶ ସମାବେଶ କରିବ । କଂଗ୍ରେସ ପ୍ରତ୍ୟେକ ଗାଁକୁ ଯାଇ ଲୋକଙ୍କଠୁ ତୁଳସୀ ସଂଗ୍ରହ କରିବ ବୋଲି ସୂଚନା ଦେଇଛି ।

    ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ୫୦ପ୍ରତିଶତ ପିସିରେ ସରକାର ଚାଲିଛି । ଗ୍ରାମସଭାରୁ ନେଇ ବିଧାନସଭା, ମନ୍ତ୍ରୀ ସଭା ପର୍ୟ୍ୟନ୍ତ ସବୁଠି ଗଣତନ୍ତ୍ରର ହତ୍ୟା ହେଉଛି । କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମସଭାର ଅନୁମୋଦିତ ହିତାଧିକାରୀ ତାଲିକାକୁ ବଦଳାଇବା ନେଇ ସିଏଜି ପ୍ରଶ୍ନ ଉଠାଇଥିଲେ । ରାଜ୍ୟର ୮ ଲକ୍ଷ ୫୯ ହଜାର ଗରିବ ହିତାଧିକାରୀ ପକ୍କାଘର ପାଇବାରୁ ବଂଚିତ ହୋଇଛନ୍ତି । ଏବେ "ଆମ ଓଡ଼ଶା ନବୀନ ଓଡ଼ିଶା’ଯୋଜନା ମଧ୍ୟ ସେଭଳି ଜନ ପ୍ରତିନିଧିମାନଙ୍କୁ ଅଣଦେଖା କରି ବ୍ୟୁରୋକ୍ରାଟମାନଙ୍କ ଦ୍ୱାରା ଚାଲୁଛି ଯାହା ଫଳରେ ଗାଁ ଗାଁରେ ଅଶାନ୍ତିି ସୃଷ୍ଟି ହେବାରେ ଲାଗିଛି । ଏ ସମସ୍ତ ପ୍ରସଙ୍ଗକୁ ନେଇ ବିଜେପି ନଭେମ୍ବର ୧୪ରୁ ୧୮ ସମସ୍ତ ବ୍ଲକ ଆଗରେ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ୟ୍ୟକ୍ରମ କରିବା ପାଇଁ ଯାଉଛି ।

    Maximum 500 characters

    ରାଜନୀତି View all

    Find Us on Facebook