Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏସ୍‌ଟି ମୋର୍ଚ୍ଚା ଟିମ୍‌ ଘୋଷଣାକଲା ବିଜେପି

    Share on :
    ajab-Image
    Date: Sep 14, 2023    Views: 3704

    ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଅନୁସୂଚିତ ଜନଜାତି (ଏସ୍‌ଟି) ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ଅନୁସୂଚିତ ଜନଜାତି (ଏସ୍‌ଟି) ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି। ରାଜ୍ୟ ଉପସଭାପତି ଭାବେ ଗୋବର୍ଦ୍ଧନ ଭୁଏ, ହୋମସିଂହ ମାଝି, ମମିତା ନାଏକ, ଫାଗୁ ହାଁସଦା, ବିଜୟ ଦିଶାରୀ, କର୍ମତୀ ଓରାମଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସାଧାରଣ ସମ୍ପାଦକ ଭାବେ କୈଳାସ ଚନ୍ଦ୍ର ନାୟକ ଓ ରାମଚନ୍ଦ୍ର ହାଁସଦାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ରାଜ୍ୟ ସମ୍ପାଦକ ଭାବେ ବିଦ୍ୟାଧର ଶବର, ଜଳନ୍ଧର ନାୟକ, ବାସନ୍ତୀ ମାଝି, ହୃଷୀକେଶ ଦେହୁରୀ, ବିହାରୀ ମାଝି, ଶିବ ମୁଦୁଲିଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଦଳ କୋଷାଧ୍ୟକ୍ଷ ଭାବେ ସାମଲ ନାଏକ, କାର୍ୟ୍ୟାଳୟ ସମ୍ପାଦକ ଭାବେ ଧ୍ରୁବ କାଲୋ ଏବଂ ଗଣମାଧ୍ୟମ ସଂଯୋଜକ ଭାବେ ସିଦ୍ଧାର୍ଥ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି। 
    ସାମାଜିକ ଗଣମାଧ୍ୟମ ସଂଯୋଜକ, ସଂଯୋଜକ ଏବଂ ସହ ସଂଯୋଜକ ଭାବେ ୩ ଜଣଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟାଯାଇଛି। ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ଏମ୍‌ପି ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବିଧାୟକ ମୋହନ ମାଝି, ରବିନାରାୟଣ ନାଏକ, ସୁକେଶୀ ଓରାମ, ଭାସ୍କର ମଢେଇ, କାଳିରାମ ମାଝି, କୁସୁମ ଟେଟେ, ଶଙ୍କର ଓରାମ, ନବଚରଣ ମାଝି ପ୍ରମୁଖଙ୍କୁ ମନୋନୀତ କରାଯାଇଥିବା ବେଳେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଭାବେ ୪୫ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ କୃଷକ ମୋର୍ଚ୍ଚାର ୧୪ ଜଣିଆ ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରିଛନ୍ତି।

     

    Maximum 500 characters

    ରାଜନୀତି View all

    Find Us on Facebook