Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡି ବିଧାୟକ ବିଜେପି ସମ୍ପର୍କରେ ଥିବା କଥାରେ ସତ୍ୟତା ଅଛି: ପୃଥ୍ୱୀରାଜ ହରିଚନ୍ଦନ

    Share on :
    ajab-Image
    Date: Jun 2, 2023    Views: 4091

    ଭୁବନେଶ୍ୱର: ବିଜେଡିରେ ଶହେରୁ ଊର୍ଦ୍ଧ୍ୱ ବିଭୀଷଣ ଅଛନ୍ତି। ଯେଉଁମାନେ ରାବଣରାଜ ଶେଷ କରିବାକୁ ଚାହୁଁଛନ୍ତି, ସେମାନେ ବିଜେପି ସହ ଅଛନ୍ତି। ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।
     ଶ୍ରୀ ହରିଚନ୍ଦନ କହିଛନ୍ତି, ବିଜେଡି ବିଧାୟକମାନେ ବିଜେପି ସମ୍ପର୍କରେ ଥିବା କଥାରେ ସତ୍ୟତା ଅଛି। ରାବଣର ସାମ୍ରାଜ୍ୟକୁ ଶେଷ କରିବା ପାଇଁ ଜଣେ ବିଭୀଷଣର ଆବଶ୍ୟକତା ଥିଲା। ଏବେ ବିଜେଡି ଓ ରାଜ୍ୟ ସରକାରରେ ଭ୍ରଷ୍ଟାଚାର, ଅନାଚାର ଏବଂ ଏକଛତ୍ରବାଦ ଚାଲିଛି। ଏହାକୁ ଶେଷ କରିବା ପାଇଁ ବିଜେଡିରେ ଶହେରୁ ଊର୍ଦ୍ଧ୍ୱ ବିଭୀଷଣ ହୋଇ ବିଭିନ୍ନ ନେତୃତ୍ୱ ବାହାରିବେ। ଧର୍ମର ସାଥ ଦେବେ। ତାହାର ପରିଣାମ ଆଗାମୀ ଦିନରେ ଓଡ଼ିଶା ରାଜନୀତି ଦେଖିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
    ସେ ଆହୁରି କହିଛନ୍ତି, ରାଜ୍ୟ ସଭାପତିଙ୍କ କଥାରେ ପୂରା ସତ୍ୟତା ଅଛି। ବିଜେଡିର ଶହେ ପ୍ରତିଶତ ନେତୃତ୍ୱ ଛାଡ଼ିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି। କାହାକୁ ବିଜେପି ନେବ, ତାହା ସମୟ ଉପରେ ନିର୍ଭର କରୁଛି। ବିଜେଡିରେ ଅସନ୍ତୋଷ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଗାମୀ ଦିନରେ ନୂଆ ଉଦାହରଣ ସୃଷ୍ଟି ହେବ। ବିଜେଡିର ଯେଉଁ ନେତାମାନେ ରାବଣ ରାଜ୍ୟକୁ ଶେଷ କରିବାକୁ ଚାହୁଁଛନ୍ତି, ସେମାନେ ସମସ୍ତେ ବିଜେପି ସହ ଜଡିତ ଅଛନ୍ତି ବୋଲି ହରିଚନ୍ଦନ କହିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook