Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଗଞ୍ଜାମରେ ଜିଲ୍ଲା ବିଜେପି ସଭାପତିଙ୍କୁ ବିରୋଧ

    Share on :
    ajab-Image
    Date: May 29, 2023    Views: 3706

    ଭୁବନେଶ୍ୱର: ଗଞ୍ଜାମରେ ଜିଲ୍ଲା ବିଜେପି ସଭାପତିଙ୍କୁ ବିରୋଧ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସାମ୍ନାରେ ଜିଲ୍ଲା ବିଜେପି ସଭାପତି ବିଭୂତି ଜେନାଙ୍କୁ କାଳି ମାଡ କଲେ ଦଳୀୟ କର୍ମୀ । ଗତକାଲି ବ୍ରହ୍ମପୁରରେ ଘଟି ଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୧ ତମ ମନକି ବାତ କାର୍ୟ୍ୟକ୍ରମ ପାଇଁ ବ୍ରହ୍ମପୁର ପହଞ୍ଚିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର ।
    କାରରୁ ଓହ୍ଲାଇବା ପରେ ଦଳୀୟ କର୍ମୀ ରାଜ୍ୟ ସଭାପତିଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲେ । ଏହି ସମୟରେ ଜଣେ ଯୁବ ବିଜେପି କର୍ମୀ ଜିଲ୍ଲା ସଭାପତି ବିଭୂତି ଜେନାଙ୍କୁ କାଳି ମାଡ କରିଥିଲେ । ଅଚାନକ କାଳି ମାଡ ହେବାରୁ କଣ କରିବେ କେହି କିଛି ବୁଝି ପାରିନଥିଲେ । ସେପଟେ କାଳି ମାଡ କରିଥିବା ଯୁବ କର୍ମୀ ଜଣକ ଜିଲ୍ଲା ସଭାପତିଙ୍କ ବିରୋଧରେ ନାରାବାଜି କରି ଭିଡ ଭିତରେ ଖସିଯିବାକୁ ଉଦ୍ୟମ କରିଥିଲା । ହେଲେ ଉପସ୍ଥିତ ଜିଲ୍ଲା ସଭାପତି ବିଭୂତି ଜେନାଙ୍କ ସମର୍ଥକ ଯୁବକଙ୍କୁ ଉଠାଇ ଆଣି ମନମୋହନ ସାମଲଙ୍କ ଆଗରେ ନିସ୍ତୁକ ମାଡ ମାରିଛନ୍ତି ।
    ଆଉ ସେହିଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । କାଳିମାଡ କରିଥିବା ଯୁବକ ଜଣକ ଗୋଷାଣୀ ନୂଆଗାଁ ଅଞ୍ଚଳର ବିଜେପି କର୍ମୀ ବୋଲି କୁହାଯାଉଛି । ତେବେ ଦଳ ଭିତରରେ କୁହୁଳୁଥିବା ଗୋଷ୍ଠୀ କନ୍ଦଳ ଯୋଗୁଁ ଏହି କାଳି ମାଡ ହୋଇଥିବା ସାରା ଜିଲ୍ଲାରେ ଚର୍ଚ୍ଚା ହେଉଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook