ମୁଖ୍ୟ ଖବର
ଭୁବନେଶ୍ୱର: ବିଜେପିର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଆସନ୍ତା ୨୦ ତାରିଖ ଭୁବନେଶ୍ୱରସ୍ଥିତ ହୋଟେଲ ନ୍ୟୁ ମାରିୟନଠାରେ ଅନୁଷ୍ଠିତ ହେବ । ଏଥିରେ ବିଶେଷକରି କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଓ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ୟ୍ୟକାରିତାକୁ ନେଇ ଆଲୋଚନା ହେବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।
ଏଥିସହ ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସଭାପତିତ୍ୱରେ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚା ସଭାପତିମାନେ ଯୋଗଦେବେ ।
Comments ସମସ୍ତ ମତାମତ