Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓବିସି ବର୍ଗଙ୍କ ସାମ୍ବାଧାନିକ ହକ୍ ପାଇଁ ଆନ୍ଦୋଳନ କରିବ ବିଜେପି

    Share on :
    ajab-Image
    Date: Jan 20, 2023    Views: 3413

    ରାଜ୍ୟରେ ତୁରନ୍ତ ଓବିସି ସର୍ଭେ  କରିବା ନିମନ୍ତେ ବିଜେପି ଦାବି କରିବା ସହ ରାଜ୍ୟର ୫୪% ଓବିସି ବର୍ଗଙ୍କ ସାମ୍ବାଧାନିକ ହକ୍ ପାଇଁ ଦଳ ରାଜରାସ୍ତାକୁ ଓହ୍ଲାଇ ନିର୍ଣ୍ଣାୟକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।
    ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ କହିଛନ୍ତି ଯେ, ରାଜ୍ୟର ଜନସଂଖ୍ୟାର ସର୍ବାଧିକ ୫୪ ପ୍ରତିଶତ ହେଉଛନ୍ତି ଓବିସି ଓ ଏସଇବିସି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଓବିସି ଓ ଏସିବିସି ବର୍ଗର ସାମାଜିକ, ଆର୍ଥିକ, ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ଉତଥାନ ଚାହାନ୍ତି ନାହିଁ । ବିଜେଡି ସର୍ବଦା ଓବିସି ଓ ଏସଇବିସି ବର୍ଗଙ୍କୁ ଅଣଦେଖା କରିବା ସହ ସବୁଥିରୁ ବଂଚିତ କରୁଛନ୍ତି । ‘ଆମ ପାଖରେ ଓବିସି ଓ ଏସଇବିସିଙ୍କର କୌଣସି ତଥ୍ୟ ନାହିଁଦ' ବୋଲି କହି ରାଜ୍ୟ ସରକାର ହାଇକୋର୍ଟଙ୍କୁ ସତ୍ୟପାଠ ଦାଖଲ କରି ବିନା ଓବିସି ସଂରକ୍ଷଣରେ ନିର୍ବାଚନ କରାଇଲେ ।

    ପଂଚାୟତ ଓ ମ୍ୟୁନିସପାଲଟି ନିର୍ବାଚନ ପୂର୍ବରୁ ରାଜ୍ୟରେ ଓବିସି ଓ ଏସଇବିସି ବର୍ଗଙ୍କ ସର୍ଭେ ଯଥାଶୀଘ୍ର କରିବାକୁ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ଏ ସଂପର୍କରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ । ଓଲଟା "ସର୍ଭେ ଦାୟିତ୍ୱ ଆମର ନୁହେଁ, ଏହା କେନ୍ଦ୍ର ସରକାରଙ୍କ’ ବୋଲି କହି ନିଜ କାନ୍ଧରୁ ଦାୟିତ୍ୱକୁ ଖସାଇ ଚାଲିଥିଲେ । ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ୟୁପି ସରକାର ଓବିସି ଜନଗଣନା କରି ତାଲିକା ପ୍ରସ୍ତୁତ କରୁଛନ୍ତିି । ଏ ସଂପର୍କରେ ସୁପ୍ରିମକୋର୍ଟ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରି ବିନା ଓବିସି ସଂରକ୍ଷଣରେ ସ୍ଥାନୀୟ ନିର୍ବାଚନ ହୋଇପାରିବ ନାହିଁ ବୋଲି ବାରମ୍ବାର ରାୟ ଶୁଣାଇଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook