Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଜିଠାରୁ ବିଜେପିର ଦୁଇଦିନିଆ ଜାତୀୟ କାର୍ୟ୍ୟକାରିଣୀ

    Share on :
    ajab-Image
    Date: Jan 16, 2023    Views: 3678

    ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ବିଜେପିର ଦୁଇଦିନିଆ ଜାତୀୟ କାର୍ୟ୍ୟକାରିଣୀ ଆଜିଠାରୁ ଆରମ୍ଭ ହେବ । ଦିଲ୍ଲୀରେ ବିଜେପି ଜାତୀୟ କାର୍ୟ୍ୟକାରିଣୀରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦଳ ନେଇପାରେ ନିଷ୍ପତ୍ତି ।
    ସେ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି ନଡ୍ଡାଙ୍କୁ ଆଉ ଥରେ ସଭାପତି ରଖିବା ନେଇ ଦଳ ନିଷ୍ପତ୍ତି ନେଇପାରେ । ନଡ୍ଡାଙ୍କ ତିନି ବର୍ଷିୟା କାର୍ୟ୍ୟକାଳ ଏହି ମାସରେ ଶେଷ ହେଉଛି । ତେଣୁ ୨୦୨୪ ନିର୍ବାଚନ ପର୍ୟ୍ୟନ୍ତ ଦଳ ତାଙ୍କୁ ପୁଣି ସଭାପତି ରଖିବା ନେଇ ନିଷ୍ପତ୍ତି ନେବ। ସେହିପରି ଆଗକୁ ହେବାକୁ ଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ବାବଦରେ ମଧ୍ୟ ଦଳ ରଣନୀତି ସ୍ଥିର କରିବ।
    ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରୋଡ ସୋ କରିବେ। ପଟେଲ ଚୌକରୁ ଏନଡିଏମସି କନଭେନସନ ହଲ୍ ଯାଏଁ ପ୍ରଧାନମନ୍ତ୍ରୀ ରୋଡ ସୋ କରିବେ। ଯେଉଁଠାରେ ଜାତୀୟ କାର୍ୟ୍ୟକାରୀ ଅନୁଷ୍ଠିତ ହେବ। ବୈଠକରେ ରାଜନୈତିକ ଏବଂ ଅର୍ଥନୈତିକ ପ୍ରସ୍ତାବ ଗୃହୀତ ହେବ। ଜାତୀୟ କାର୍ୟ୍ୟକାରିଣୀ ପୂର୍ବରୁ ରାଜ୍ୟ ସଭାପତି ମାନଙ୍କର ଏବଂ ବିଭିନ୍ନ ପଦାଧିକାରୀମାନଙ୍କର ବୈଠକ ବସିବ।ସେହିପରି ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟରେ ବୈଠକରେ ସାମିଲ ହେବେ । ଏହି କାର୍ୟ୍ୟକାରିଣୀ ପରିପ୍ରେକ୍ଷୀରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ ଯେଉଁଥିରେ ଦଳର କର୍ମକର୍ତ୍ତା କରିଥିବା ସାମାଜିକ କାର୍ୟ୍ୟ ପ୍ରଦର୍ଶିତ ହେବ।

    Maximum 500 characters

    ରାଜନୀତି View all

    Find Us on Facebook