Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ହନୁ ମଲା ବେଳକୁ ସତ କୁହେ:ଗୋଲକ ମହାପାତ୍ର

    Share on :
    ajab-Image
    Date: Jan 6, 2023    Views: 4056

    ହନୁ ମଲା ବେଳକୁ ସତ କୁହେ । ଆଉ ବିଜେଡି ମଧ୍ୟ ଆଜି ସତ କହିଛି । ମୋଦୀ ଚାଉଳ ଦେଉଥିଲେ ବୋଲି ବିଜେଡି ଶେଷରେ ସତ ମାନିଛି । ମୋଦୀ ଯେତେବେଳେ ସମ୍ପୂର୍ଣ୍ଣ ମାଗଣାରେ ଚାଉଳ ଦେବାକୁ ଘୋଷଣା କଲେ ସେତେବେଳେ ବିଜେଡି ମନରେ ନିଜର ରାଜନୈତିକ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠିଛି । ଚାଉଳର ସତ ଲୁଚାଇଥିଲା ବିଜେଡି । ଚାଉଳର ଦାମ ୩୭ ଟଙ୍କା ଥିବା ବେଳେ କେନ୍ଦ୍ର ୩୪ ଟଙ୍କା ଓ ରାଜ୍ୟ ୨ ଟଙ୍କା ଏବଂ ହିତାଧିକାରୀ ମାତ୍ର ୧ ଟଙ୍କା ଦେଇ ଚାଉଳ ନେଉଥିଲେ । କିନ୍ତୁ ଏବେ ସମ୍ପୂର୍ଣ୍ଣ ମାଗଣାରେ ଚାଉଳ କେନ୍ଦ୍ର ସରକାର ଦେବେ । ଏହାକୁ ଲୋକଙ୍କ ପାଖରେ ନ ପହଞ୍ଚାଇ ଏବେ ବିଜେଡି  କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।
    ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିବାକୁ ନେଇ କେନ୍ଦ୍ର ଉପରେ ବିଜେଡି ବର୍ଷିଛି । ଏପରିକି କେନ୍ଦ୍ର ଗରିବ, ଚାଷୀ ବିରୋଧୀ ବୋଲି କହିଛି ବିଜେଡି । ଆଉ ବିଜେଡିକୁ ଜବାବ ଦେବାକୁ ଯାଇ ବିଜେପି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ ମାରିଛି । ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

    ସାମ୍ବାଦିକ ସମ୍ମିଳନୀରେ ଗୋଲକ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ଓଡ଼ିଶାର ହିତ ଦୃଷ୍ଟିରୁ ସହଯୋଗ କରି ଆସିଛନ୍ତି । କରୋନାରେ ମାଗଣା ଚାଉଳ ଠାରୁ ଆରମ୍ଭ କରି ଜନଧନ ଆକାଉଣ୍ଟରେ ଟଙ୍କା ପଠାଇବାର ବ୍ୟବସ୍ଥା କରିଛନ୍ତି । ସମସ୍ତ ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ମୋଦୀ ପଠାଉଥିବା ଜିନିଷକୁ ରାଜ୍ୟ ସରକାର ନିଜ ନାଁରେ ପଠାଉଥିବା କହି ଶ୍ରେୟ ନେବାର ସୁଯୋଗକୁ ହାତଛଡା କରୁନଥିଲେ । ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ପାଖରେ ପୂରା ଟଙ୍କା ପହଞ୍ଚୁଥିଲା କିନ୍ତୁ ରାଜ୍ୟ ସରକାରଙ୍କ ମାଧ୍ୟମରେ ଯାହା ଦିଆଯାଉଥିଲା ତାହା ବାଟମାରଣା ହେଉଥିଲା ।

    Maximum 500 characters

    ରାଜନୀତି View all

    Find Us on Facebook