Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପିର ୨୦୨୪ ନିର୍ବାଚନ ସମରସଜା,ପ୍ରସ୍ତୁତ ହୋଇଛି ନୂଆ ରଣନୀତି

    Share on :
    ajab-Image
    Date: Sep 16, 2022    Views: 2838

    ପୁରୀ: ଶେଷ ହେଲା ବିଜେପିର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର। ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରୋଡ ମ୍ୟାପ। ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିଜେଡି ସରକାରର ଦୁର୍ନୀତିକୁ ମୁଦ୍ଦା କରି ହେବ ନିର୍ବାଚନ ଲଢେଇ ।
    ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ରାଜ୍ୟ ଶାଖାକୁ ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ୨୦୨୪ ନିର୍ବାଚନ ପାଇଁ ସମରସଜା ସରିଛି । ପ୍ରସ୍ତୁତ ହୋଇଛି ନୂଆ ରଣନୀତି । ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନର ତ୍ରୁଟିକୁ ସୁଧାରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କ୍ଷେତ୍ର ପ୍ରସ୍ତୁତ ହୋଇଛି । ପ୍ରଭାରୀ, ସାଂଗଠନିକ ନେତୃତ୍ୱ, ଜିଲ୍ଲା ସଭାପତି,ସମ୍ପାଦକ,ରାଜ୍ୟ ନେତୃତ୍ୱ,ଏବଂ ୨୦୧୯ ନିର୍ବାଚନରେ ଲଢ଼ିଥିବା ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ତିନି ଦିନିଆ ପ୍ରଶିକ୍ଷଣ ଶିବିର । ଶେଷ ଦିନରେ ଦଳକୁ ଗୁରୁମନ୍ତ୍ର ଦେଇ ଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ।ରାଷ୍ଟ୍ର ଗଠନରେ ଭାରତୀୟ ଜନତା ପାର୍ଟିର ଅବଦାନକୁ ନେଇ ନେତୃତ୍ୱଙ୍କୁ ମାର୍ଗଦର୍ଶନ ଦେଇଛନ୍ତି ବିଏଲ ସନ୍ତୋଷ ।  ରାଜ୍ୟ ନେତୃତ୍ୱଙ୍କୁ ଶେଷ ଦିନରେ ମିଳିଛି ୨୦୨୪ ନିର୍ବାଚନ ରୋଡ ମ୍ୟାପ । ଶେଷ ଦିବସରେ ୪ ଟି ଶେସନରେ ପ୍ରଶିକ୍ଷଣ ଶେଷ ହୋଇଛି । ପ୍ରଥମ ଶେସନରେ ରାଜ୍ୟ ସଭାପତି ସମୀର ମହାନ୍ତି ପଲିଟିକାଲ ରୋଡ ମ୍ୟାପ ବିଷୟରେ ଆଲୋଚନା କରିଥିବା ବେଳେ ଦ୍ଵିତୀୟ ଶେସନରେ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ କରାଇଛନ୍ତି କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତୃତୀୟ ଶେସନରେ କୃଷି ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଧାମୋହନ ସିଂହ । ଶେଷ ତଥା ଅନ୍ତିମ ଶେସନରେ ରାଷ୍ଟ୍ରୀୟ ଗଠନରେ ଦଳର ଆଭିମୁଖ୍ୟ ଓ ଅବଦାନ ନେଇ ଅବଲୋକନ କରିଥିଲେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ।

    ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରସ୍ତୁତ ହୋଇଛି ପ୍ଲାନ । ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବାଟମାରଣା କରାଯାଉଛି । ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା । ବିଭିନ୍ନ ଯୋଜନାରେ ମିଳୁଥିବା ଅର୍ଥକୁ ହରିଲୁଟ କରାଯାଉଛି। ଏଭଳି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବ ଭାରତୀୟ ଜନତା ପାର୍ଟି । ରାଜରାସ୍ତାକୁ ଓହ୍ଲାଇ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ଆନ୍ଦୋଳନ କରିବ ଦଳ  ସ୍ପଷ୍ଟ ଭିଜନ ଓ ରାଜ୍ୟରେ ଥିବା ସମସ୍ୟାକୁ ପ୍ରସଙ୍ଗ କରି ୨୦୨୪କୁ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ଦଳ ।

    Maximum 500 characters

    ରାଜନୀତି View all

    Find Us on Facebook