ଭୁବନେଶ୍ବର: ବିଜେପି ପ୍ରଭାରୀ ସୁନୀଲ ବଂଶଲ ଦାୟିତ୍ବ ପାଇବା ପରେ ପ୍ରଥମ ଥର ପାଇଁ ୨ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ସୋମବାର ଭୁବନେଶ୍ବରରେ ପହଞ୍ଚିଥିଲେ । ବିମାନବନ୍ଦରରେ ବଂଶଲଙ୍କୁ ରାଜ୍ୟ ଭାଜପା ପକ୍ଷରୁ ବପୁଳ ସ୍ବାଗତ କରାଯାଇଥିଲା । ପ୍ରଭାରୀ ରୂପେ ସନୀଲ ବଂଶଲ ଦଳୀୟ ବୈଠକ ଆରମ୍ଭ କରି ଦେଇଛନ୍ତି । ୨୦୧୪ ନିର୍ବାଚନ ପାଇଁ ପାଗ ଭିଡିବାକୁ ମନ୍ଥର ଆରମ୍ଭ କରିଛି ବିଜେପି । ଆଜି ରାଜ୍ୟ କାର୍ୟ୍ୟାଳୟରେ ଜିଲ୍ଲା ସଭାପତି, ପଦାଧିକାରୀଙ୍କ ସମେତ ଅମ୍ୟମାନଙ୍କ ସହ ଦଳର କୋର କମିଟି ବୈଠକ ହୋଇଛି ।
ବୈଠକରେ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ସାଂସଦ ଜୁଏଲ ଓରାମ, ମୋହନ ମାଝୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ଦଳର ବହୁତ ବରିଷ୍ଠ ନେତା, ପଦାଧିକାରୀ ଉପସ୍ଥିତ ଅଛନ୍ତି । କୋର କମିଟି ବୈଠକ ପରେ ପଦାଧିକାରୀ ବୈଠକ ବସିବ । ଜିଲ୍ଲା ସ୍ତରରେ ଦଳର ଭବିଷ୍ୟତ ରଣନୀତି ପ୍ରସ୍ତୁତ ହେବ ।
ଗତକାଲି ବିମାନବନ୍ଦରରୁ ସିଧା ଦଳୀୟ କାର୍ୟ୍ୟାଳୟରେ ପହଞ୍ଚି ଅପରାହ୍ନରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସଙ୍ଗଠନ ମନ୍ତ୍ରୀ ଏବଂ ରଜ୍ୟ ସାଧାରଣ ସମ୍ପାଦକଙ୍କ ସହ ପ୍ରାଥମିକ ଆଲୋଚନା କରିଛନ୍ତି । ଦୀର୍ଘ ସମୟ ଆଲୋଚନା ପରେ ଦଳୀୟ ନେତାମାନେ ସଂଗଠନକୁ ଆଗକୁ ବଢିବାରେ ଉପୁଜୁଥିବା ସମସ୍ୟା ବିଷୟରେ କହିଥିଲେ । ଆଗକୁ ଦଳ କିପରି ଶାସନ ଦଳ ବିପକ୍ଷରେ ତୀବ୍ର ହେବ ସେ ନେଇ ଆଲୋଚନା ହୋଇଥିଲା । ଏହାପରେ ପୁରୀ ଗସ୍ତ କରି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ସୁନୀଲ ବଂଶଲ । ଆଜି ହିଁ ଦିଲ୍ଲୀ ଫେରିିଯିବେ ଓଡିଶା ବିଜେପି ପ୍ରଭାରୀ ।
Comments ସମସ୍ତ ମତାମତ