Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ବସିଛି ବିଜେପି ସଂଯୁକ୍ତ ମୋର୍ଚ୍ଚା ବୈଠକ

    Share on :
    ajab-Image
    Date: May 14, 2022    Views: 3392

    ଭୁବନେଶ୍ବର: ଶୁକ୍ରବାର ବିଜେପିର କୋର୍‌ କମିଟି ବୈଠକ ପରେ ଆଜି ବସିଛି ଦଳର ସଂଯୁକ୍ତ ମୋର୍ଚ୍ଚା ବୈଠକ । ଏକାଠି ହୋଇଛନ୍ତି ରାଜ୍ୟ ବିଜେପିର ୭ ମୋର୍ଚ୍ଚାର ପଦାଧିକାରୀ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ମଧ୍ୟ ଉପସ୍ଥିତ ରହିଛନ୍ତି । ୭ ମୋର୍ଚ୍ଚା ସହ ଆଲୋଚନା କରୁଛନ୍ତି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ।

    ବିଜେପି ସଂଯୁକ୍ତ ମୋର୍ଚ୍ଚା ବୈଠକ ଆରମ୍ଭଦଳର ସାଙ୍ଗଠନିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଲୋଚନା ହେଉଛି । ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ଓବିସି ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ସଂଖ୍ୟାଲଘୁ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଆଦି ମୋର୍ଚ୍ଚା ବୈଠକରେ ସାମିଲ ହୋଇଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook