Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପିରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭାଇ ଓ ପୁତ୍ରବଧୂ

    Share on :
    ajab-Image
    Date: Jan 15, 2022    Views: 2862

    ଝାରସୁଗୁଡା: ଜିଲ୍ଲାରେ ସରଗରମ ହେଲାଣି ନିର୍ବାଚନର ମାହୋଲ ।  ବିଜେପିରେ ଆଜି ଯୋଗ ଦେଇଛନ୍ତି ପୂର୍ବତନ ମୂଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଭାଇ ବିହାରୀ ଚରଣ ବିଶ୍ୱାଳ ଏବଂ ତାଙ୍କ ପୁତ୍ରବଧୂ ଜ୍ୟୋସ୍ନା ବିଶ୍ୱାଳ ।
    ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରୀପାଠି, ଜିଲ୍ଲା ସଭାପତି ମଙ୍ଗଳ ସାହୁ ଓ ଜିଲ୍ଲା ପ୍ରଭାରୀ ଶଙ୍କର ଓରାମଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶମୂଳକ କାର୍ୟ୍ୟରେ ଅନୁପ୍ରାଣିତ ହୋଇ ବିହାରୀ ଚରଣ ବିଶ୍ୱାଳ ଏବଂ ତାଙ୍କ ପୁତ୍ରବଧୂ ବିଜେପିରେ ଯୋଗଦେଇଥିବା ପ୍ରକାଶ କରିଛନ୍ତି ।ଅନ୍ୟପଟେ ବିଜେପି ସରକାରର ବିକାଶମୂଳକ କାର୍ୟ୍ୟ ଓ ସଫଳ ଯୋଜନା ପାଇଁ ଦଳ ଲୋକଙ୍କ ପାଖରେ ଆଦୃତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଦଳକୁ ସୁଦୃଢ କରିପାରିଛି । ଆଗାମୀ ନିର୍ବଚନରେ ଦଳ ଜିଲ୍ଲାରେ ଭଲ ପ୍ରଦର୍ଶନ କରିବା ସହ ଗତ ନିର୍ବାଚନ ଅପେକ୍ଷା ଅଧିକ ଆସନ ହାତେଇବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

    Maximum 500 characters

    ରାଜନୀତି View all

    Find Us on Facebook