Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସଂକଟରେ ତି୍ରପୁରା ବିଜେପି, ଜାଣନ୍ତୁ କାହିଁକି

    Share on :
    ajab-Image
    Date: Nov 25, 2021    Views: 3524

    ସିମଳା:  ହିମାଚଳ ପ୍ରଦେଶ ଓ ତି୍ରପୁରା ବିଜେପିରେ ସଂକଟ ଘନୀଭୂତ ହୋଇଛି । ନିକଟରେ ଅନୁଷ୍ଠିତ ବିଧାନସଭା ଓ ଲୋକସଭା ଉପନିର୍ବାଚନରେ ହିମାଚଳ ପ୍ରଦେଶରେ ବିଜେପି ବଡ ଧରଣର ଧକ୍କା ଖାଇଥିବା ବେଳେ ତି୍ରପୁରାରେ ତୃଣମୂଳ କଂଗ୍ରେସ ସହିତ ଲଢେ଼ଇର ସାମ୍ନା କରିବାକୁ ପଡୁଛି । ଏପରି ସ୍ଥିତିରେ ହିମାଚଳ ପ୍ରଦେଶ ବିଜେପି ଉପସଭାପତି ତଥା ପୂର୍ବତନ ସାଂସଦ କୃପାଳ ପରମାର ମଙ୍ଗଳବାର ଇସ୍ତଫା ଦେବା ସହ ଦଳରେ ଏକଛତ୍ରବାଦ ଚାଲିଥିବା ଅଭିଯୋଗ କରିଛନ୍ତି । ବାରମ୍ବାର ତାଙ୍କୁ ଅପମାନିତ କରାଯାଇଥିଲା ବେଳେ ଗତ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାରୁ ବଞ୍ଚିତ କରାଯାଇଥିଲା । ବିଜେପି ସଭାପତି ସୁରେଶ କାଶ୍ୟପଙ୍କ ନିକଟକୁ ଲିଖିତ ତିନି ଧାଡ଼ିଆ ଇସ୍ତଫା ପତ୍ରରେ କୃପାଳ ପରବର୍ତ୍ତୀ ଚିଠିରେ ନିଜ ପଦକ୍ଷେପର କାରଣ ଦର୍ଶାଇବେ ବୋଲି ଜଣାଇଛନ୍ତି ଏବଂ ଇସ୍ତଫା ପତ୍ର ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।

    ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ଦଳରେ ସଚ୍ଚୋଟ, ଉର୍ତ୍ସଗୀକୃତ ତଥା ଦକ୍ଷ ନେତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ । ଏହାର ଜବାବରେ କାଶ୍ୟପ କହିଛନ୍ତି ଯେ କୃପାଳୁଙ୍କ ପତ୍ର ଉପରେ ବିଚାର ବିମର୍ଶ କରାଯିବ । ଅକ୍ଟୋବର ୩୦ରେ ଉପନିର୍ବାଚନରେ ବିଜେପି ତିନିଟି ବିଧାନସଭା ଓ ୧ଟି ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲା ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook