ଲକ୍ଷ୍ନୌ: ଉତ୍ତରପ୍ରଦେଶ କଂଗ୍ରେସରେ ଅସନ୍ତୁଷ୍ଟ ବିଧାୟିକା ଅଦିତି ସିଂହ ବିଜେପିରେ ଯୋଗ ଦେଇଛନ୍ତି । ଅଦିତି ସମ୍ପ୍ରତି ରାୟବରେଲି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ବିଭିନ୍ନ ସମୟରେ କଂଗ୍ରେସର କାର୍ଯ୍ୟଧାରା ଓ ଏହାର ନେତାଙ୍କୁ ସମାଲୋଚନା କରିଆସିଛନ୍ତି । ଗତ ସପ୍ତାହରେ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ମଧ୍ୟ କଟୁ ସମାଲୋଚନା କରିଥିଲେ । ଏକଦା ଘନିଷ୍ଠ ଥିବା ୩୪ ବର୍ଷୀୟା ଅଦିତି ହେଉଛନ୍ତି ୫ ଥରର ବିଧାୟକ ଅଖିଳେଶ ସିଂହଙ୍କ ଝିଅ । ସେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।
ତାଙ୍କ ପରି ବହୁଜନ ସମାଜପାର୍ଟି (ବିଏସପି) ୩୫ ବର୍ଷୀୟା ବିଧାୟିକା ବନ୍ଦନା ସିଂହ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ବନ୍ଦନା ଆଜମଗଡ ଅନ୍ତର୍ଗତ ସିଗି୍ର ଆସନରୁ ୨୦୧୭ ରେ ନିର୍ବାଚିତ ହୋଇଥିଲେ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଅନ୍ୟ ୧୦ ଜଣଙ୍କ ସହ ତାଙ୍କ ଗତ ଜୁନରେ ମାୟାବତୀ ଦଳରୁ ବହିଷ୍କାର କରିଥିଲେ । ଉଭୟଙ୍କୁ ରାଜ୍ୟ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ ସ୍ୱାଗତ କରିଛନ୍ତି ।
Comments ସମସ୍ତ ମତାମତ