Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଆରମ୍ଭ

    Share on :
    ajab-Image
    Date: Nov 24, 2021    Views: 3179

    ଭୁବନେଶ୍ବର: ରାଜ୍ୟ ବିଜେପି କାର୍ୟ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହୋଟେଲରେ ଆରମ୍ଭ ହୋଇଛି ବୈଠକ । ବୈଠକରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ପ୍ରଭାରୀ ଡି ପୁରନ୍ଦେଶ୍ଵରୀ, ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ  ତଥା ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ସାମିଲ ହୋଇଛନ୍ତି ।
    ବୈଠକରେ ରାଜ୍ୟର ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ମହିଳା ଓ ଶିଶୁ ନିର୍ୟ୍ୟାତନା ବୃଦ୍ଧି, ସୀମା ବିବାଦ, ବେରୋଜଗାର ସମସ୍ୟା, ରାଜ୍ୟରେ ବ୍ୟାପକ ନିଶା କାରବାର, ଧାନ କିଣାବିକାରେ ଚାଷୀଙ୍କୁ ଶୋଷଣ, ବିପର୍ୟ୍ୟସ୍ତ ଜଳ ସେଚନ ବ୍ୟବସ୍ଥା ଉପରେ ଆଲୋଚନା ହେବ ।କାର୍ୟ୍ୟକାରିଣୀ ବୈଠକ ପୂର୍ବରୁ ଗତକାଲି ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅଧକ୍ଷତା କରିଥିଲେ । ବୈଠକରେ ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook