Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସି-ଭୋଟର ସର୍ଭେ: ଉତ୍ତର ପ୍ରଦେଶରେ ବିଜେପି ପୁଣି ଥରେ ସରକାର ଗଢ଼ିପାରେ

    Share on :
    ajab-Image
    Date: Nov 13, 2021    Views: 4342

    ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଏବିପି ସି-ଭୋଟର ଏକ ସର୍ଭେ କରିଛି। ଏହି ସର୍ଭେରେ କୁହାଯାଇଛି ଯେ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଭାରତୀୟ ଜନତା ପାର୍ଟି ପୁଣି ଥରେ କ୍ଷମତାକୁ ଆସିବ। ପଂଜାବରେ ବଡ଼ ଦଳ ଭାବେ କ‌ଂଗ୍ରେସ ପୁଣି ଥରେ ସରକାର ଗଢ଼ିପାରେ। ମାତ୍ର ସରକାର ଗଢ଼ିଲେ ବି କଂଗ୍ରେସକୁ ବହୁମତ ମିଳିବା ଆଶା କମ୍‌। କିନ୍ତୁ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଜେପିର ଦମ୍‌ଦାର ବିଜୟ ହେବ। 

    ସର୍ଭେ ଅନୁସାରେ ଉତ୍ତର ପ୍ରଦେଶରେ ମୋଟ ୪୦୩ ବିଧାନସଭା ଆସନ ରହିଛି। ଏଠାରେ ବିଜେପି ପୁଣି ଥରେ ସରକାର ଗଢ଼ିପାରେ। ସମାଜବାଦୀ ପାର୍ଟି ଓ ଏହା ସହିତ ମେଣ୍ଟ କରୁଥିବା ଦଳ ୨ୟ ସ୍ଥାନରେ ରହିପାରେ। ସର୍ଭେ ଅନୁସାରେ ବିଜେପିକୁ ୨୧୩ରୁ ୨୨୧ ଆସନ, ସମାଜବାଦୀ ଓ ସହଯୋଗୀ ଦଳକୁ ୧୫୨ରୁ ୧୬୦, ବିଏସ୍‌ପିକୁ ୧୬ରୁ ୨୦, କଂଗ୍ରେସକୁ ୬ରୁ ୧୦ଟି ଆସନ ମିଳିପାରେ। 

    ପଂଜାବରେ କଂଗ୍ରେସକୁ ୪୨ରୁ ୫୦ ଆସନ ମିଳିପାରେ। ଅକାଳୀ ଦଳକୁ ୧୬ରୁ ୨୪, ଆମ ଆଦମୀ ପାର୍ଟିକୁ ୪୭ରୁ ୫୩, ବିଜେପିକୁ ଗୋଟିଏ ଓ ଅନ୍ୟ ଦଳକୁ ଗୋଟିଏ ମିଳିପାରେ ବୋଲି ସର୍ଭେରେ ଦାବି କରାଯାଇଛି। 

    ସେହିଭଳି ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଜେପି ପୁଣି କ୍ଷମତାକୁ ଫେରିବ ବୋଲି ସର୍ଭେ ତରଫରୁ କୁହାଯାଇଛି। ଉତ୍ତରାଖଣ୍ଡରେ ମୋଟ ୭୦ରୁ କଂଗ୍ରେସକୁ ୩୦ରୁ ୩୪, ବିଜେପିକୁ ୩୬ରୁ ୪୦ ଓ ଆପକୁ ସର୍ବାଧିକ ୨ ଏବଂ ଅନ୍ୟ ଦଳକୁ ଗୋଟିଏ ଆସନ ମିଳିପାରେ। ଗୋଆର ମୋଟ ୪୦ ଆସନରୁ ୧୯ରୁ ୨୩, କଂଗ୍ରେସକୁ ୨ରୁ ୬, ଆପକୁ ୩ରୁ ୭ ଓ ଅନ୍ୟ ଦଳକୁ ୮ରୁ ୧୨ଟି ଆସନ ମିଳିପାରେ। ମଣିପୁରରେ ମୋଟ ୬୦ ଆସନରୁ ବିଜେପି ଖାତାକୁ ୨୫ରୁ ୨୯, କଂଗ୍ରେସକୁ ୨୦ରୁ ୨୪, ଏନପିଏଫକୁ ୪ରୁ ୮ ଓ ଅନ୍ୟ ଦଳକୁ ୩ରୁ ୭ଟି ଆସନ ମିଳିପାରେ। 

    Maximum 500 characters

    ରାଜନୀତି View all

    Find Us on Facebook