Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟ ସରକାର ବାଧ୍ୟ ବାଧକତାରେ ଭାଟ କମାଇଛନ୍ତି:ପୃଥ୍ବୀରାଜ ହରିଚନ୍ଦନ

    Share on :
    ajab-Image
    Date: Nov 4, 2021    Views: 5009

    ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଉପରେ ଆଜି ରାଜ୍ୟ ସରକାର ଭାଟ କମାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବା ପରେ ରାଜ୍ୟ ସରକାର ବାଧ୍ୟ ବାଧକତାରେ ଭାଟ କମାଇଛନ୍ତି । କିନ୍ତୁ ଏଥରେ ମଧ୍ୟ କାର୍ପଣ୍ୟତା ଅବଲମ୍ବନ କରିଛନ୍ତି ରାଜ୍ୟ ସରକାର ।
    ରାଜ୍ୟ ସରକାର ପେଟ୍ରୋଲ, ଡିଜେଲ ଉପରୁ ୩ ଟଙ୍କା ଭାଟ ଛାଡ କରିଛନ୍ତି । ହେଲେ ଆଉ ୪ ଟଙ୍କା ଛାଡ଼ କରିବା ପାଇଁ ବିଜେପି ଦାବି କରୁଛି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ । ପୂର୍ବରୁ ଭାଟ ଛାଡ ନକରି ବିଜେଡ଼ି ଯେଉଁ ଆନ୍ଦୋଳନ କରୁଥିଲା ତାହା କେଵଳ ଡ୍ରାମା ଥିଲା । ରାଜ୍ୟ ସରକାର ଭାଟ କମେଇଲେ ତେଲ ଦର ନିଶ୍ଚିତ ଭାବେ କମିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook