Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋଦିଙ୍କ ଝିଆରୀଙ୍କୁ ବିଜେପି ଦେଲାନି ଟିକେଟ

    Share on :
    ajab-Image
    Date: Feb 6, 2021    Views: 3955

    ନୂଆଦିଲ୍ଲୀ: ଗୁଜରାଟରେ ଚଳିତ ମାସରେ କେତେ ଗୁଡ଼ିଏ ପୌରପାଳିକା ଓ ନଗର ନିଗମ ପାଥଁ ନିର୍ବାଚନ ହେବାର ଅଛି । ଏଇ ନିର୍ବାଚନ ଲଢ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ସୋନଲ ମୋଦି ଇଚ୍ଛୁକ ଥିଲେ । ମାତ୍ର ରାଜ୍ୟ ବିଜେପି ଦ୍ୱାରା ତାଙ୍କ ଟିକେଟ ଦେବାକୁ ମନା କରାଯାଇଛି । ଦଳ ତରଫରୁ କୁହାଯାଇଛି କି ପଞ୍ଚାୟତ ନିର୍ବାଚନରେ ଦଳର କୌଣସି ବରିଷ୍ଠ ନେତାଙ୍କ ସମ୍ପର୍କୀୟଙ୍କୁ ଟିକେଟ ନ ଦେବା ପାଇଁ ରାଜ୍ୟ ଶାଖା ନୀତିଗତ ନିଷ୍ପତ୍ତି ନେଇଛି । ତେଣୁ ସୋନଲଙ୍କୁ ଟିକେଟ ଦିଆଯାଇନାହିଁ । ସୋନଲ ହେଉଛ"ି ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଭାଇ ପ୍ରହ୍ଲାଦ ମୋଦିଙ୍କ ଝିଅ । ସେ ଅହମ୍ମଦାବାଦ ନଗର ନିଗମ ଅ"ର୍ଗତ ବାଦକଦେବ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ । ଦଳ ତରଫରୁ କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା ଯେଉଁଥିରେ ସୋନଲଙ୍କ ନାମ ନାହିଁ । ଏହା ଉପରେ ପ୍ରତିକି୍ରୟା ଦେଇ ଦଳର ରାଜ୍ୟ ଶାଖା ସଭାପତି ସି.ଆର ପାଟିଲ କହିଛ"ି ଯେ ବିଜେପି ହେଉଛି ଏମିତି ଏକ ଦଳ ଯେଉଁଠି ସମସ୍ତଙ୍କ ପାଇଁ ସମାନ ନିୟମ ଲାଗୁ କରାଯାଏ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook