Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଶରତଙ୍କ ସହ ମିଶି ଓଡ଼ିଶାରୁ କଂଗ୍ରେସକୁ ସୌମ୍ୟ ଫିନିସ କରିଦେବେ:ବିଜେଡି

    Share on :
    ajab-Image
    Date: Sep 9, 2023    Views: 3029

    ଭୁବନେଶ୍ୱର:  ଅତି ଅପମାନଜନକ ସ୍ଥିତିରେ ସୌମ୍ୟ ପଟ୍ଟନାୟକଙ୍କୁ କଂଗ୍ରେସରୁ ସସପେଣ୍ଡ କରାଯାଇଥିଲା। ସସପେଣ୍ଡ ହେବା ପରେ ସୌମ୍ୟ ପଟ୍ଟନାୟକ କଂଗ୍ରେସକୁ ଓଡ଼ିଶାରେ ଫିନିସ କରିଦେବାକୁ ପ୍ରତିଜ୍ଞା କରିଥିଲେ। ହେଲେ ଏବେ ସୌମ୍ୟଙ୍କୁ କଂଗ୍ରେସ ପୁଣି ସ୍ବାଗତ କରିବ କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ପିସିସି ସଭାପତିଙ୍କ ଏଭଳି ବିବୃତି ବିଜେଡି ନଜରକୁ ଆସିଛି। ହେଲେ ପିସିସି ସଭାପତିଙ୍କ ଏହି କଥା ନିହାତି ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା। ସମ୍ଭବତଃ ସେହି ପ୍ରତିଜ୍ଞା ପୂରଣ ପାଇଁ ସୌମ୍ୟଙ୍କୁ କଂଗ୍ରେସକୁ ଡାକୁଛନ୍ତି ଶରତ। ଓଡ଼ିଶାରେ ବିଜେପିକୁ ଶକ୍ତିଶାଳୀ କରିବାକୁ ଶରତ ଓ ସୌମ୍ୟ ଯୋଜନା କରୁଛନ୍ତି। ସେଥିପାଇଁ ସୌମ୍ୟଙ୍କୁ କଂଗ୍ରେସରେ ସ୍ୱାଗତ ପାଇଁ କହୁଛନ୍ତି ଶରତ। ଶରତଙ୍କ ସହ ମିଶି ଓଡ଼ିଶାରୁ କଂଗ୍ରେସକୁ ସୌମ୍ୟ ଫିନିସ କରିଦେବେ ବୋଲି କହିଛନ୍ତି ତୁମ୍ବନାଥ ପଣ୍ଡା।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook