Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କୁସୁମ ଟେଟେଙ୍କୁ ବିଜେଡିର ପ୍ରଶ୍ନ:ଚାକିରି ନାଁରେ ଠକେଇ କରି ଫେରାର୍ ଥିବା ଲୋକ ସହ ଆପଣଙ୍କ ସମ୍ପର୍କ କଣ ?

    Share on :
    ajab-Image
    Date: Sep 4, 2023    Views: 3348

    ଭୁବନେଶ୍ବର: ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେଙ୍କୁ ଟାର୍ଗେଟ କରିଛନ୍ତି  ବିଜେଡି ମୁଖପାତ୍ର ଇପସିତା ସାହୁ । କୁସୁମ ଟେଟେଙ୍କ ନିକଟତମ ସମ୍ପର୍କୀୟ ୨ ନମ୍ବର କୋଇଲା ବେପାର ଏବଂ ଟେଣ୍ଡର ଫିକ୍ସିଂ କରି ଯେଉଁ ୫୦୦ କୋଟି ରୋଜଗାର କରିଛନ୍ତି, ସେ ବିଷୟରେ ଆପଣ କହିଲେ କି ବୋଲି ପ୍ରଶ୍ନ କରିଛନ୍ତି । କୁସୁମ ଟେଟେଙ୍କ ନିକଟତମ ସମ୍ପର୍କୀୟ ଚାକିରି ଦେବା ନାଁରେ ଯେଉଁ ଠକାମୀ କରିଛନ୍ତି ସେଥିପାଇଁ ଉଦବେଗ ପ୍ରକାଶ କରୁଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି  ।

    ଚାକିରି ନାଁରେ ଠକେଇ କରି ଫେରାର୍ ଥିବା ଲୋକ ସହ ଆପଣଙ୍କ ସମ୍ପର୍କ କଣ ? ଏଥିରେ ହୋଇଥିବା ଦୁର୍ନୀତି ବାବଦ ଟଙ୍କା କାହା ପାଖକୁ ଯାଇଛି ? ଏନଟିପିସିରୁ ପାଉଁଶ ପରିବହନ ବାବଦକୁ ହୋଇଥିବା ଟେଣ୍ଡର ଫିକ୍ସିଂରେ କିଏ ସଂପୃକ୍ତ ଅଛି ? ୫୦୦ କୋଟି ଟଙ୍କା ଆପଣଙ୍କ ପାଇଁ କମ୍ ଲାଗିପାରେ ବୋଲି କହିଛନ୍ତି ଇପସିତା । ସମସ୍ତେ ଜାଣିଛନ୍ତି କୁସୁମ ଟେଟେ କେତେ କୋଟି ଟଙ୍କାର ମାଲିକ। ତାଙ୍କ ଭଳି ଜଣେ ଦୁର୍ନୀତିଗ୍ରସ୍ତ ଏବଂ ଜନବିରୋଧୀ ନେତାଙ୍କ ଅସଲ ଚେହେରା ଆସନ୍ତା ବିଧାନସଭା ଅଧିବେଶନରେ ଖୋଲିଯିବ, ସାଢେ ୪ କୋଟି ଓଡିଶାବାସୀଙ୍କ ସାମ୍ନାରେ ବାସ୍ତବ କଥା ଆସିବ । ଏଥିପାଇଁ ପ୍ରସ୍ତୁତ ହୋଇଥାଆନ୍ତୁ ବୋଲି ଇପସିତା କୁସୁମ ଟେଟେଙ୍କୁ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook