Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଜୟନାରାୟଣ : ବିଜେଡି

    Share on :
    ajab-Image
    Date: Sep 9, 2023    Views: 2951

    ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି। କିଛିଦିନ ତଳେ କିଡନୀ ଓ ମାନସିକ ରୋଗ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ ଜୟନାରାୟଣ। ହେଲେ ମାନସିକ ରୋଗ ଚିକିତ୍ସା ଅଧାରୁ ଛାଡ଼ି ଚାଲିଆସିଛନ୍ତି । ଏବେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା। ଏଭଳି ଅବସ୍ଥାରେ ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ ଦେବାକୁ ଏବେ ଆଗେଇ ଆସିଛନ୍ତି ଜୟନାରାୟଣ। କିନ୍ତୁ ସୌମ୍ୟ ଯଦି କହିବେ ବିଜେପିରେ ଯୋଗ ଦେବି, ତେବେ ସେ ଡିପ୍ରେସନକୁ ପଳାଇବେ ବୋଲି କହି ଜୟନାରାୟଣଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ପ୍ରଭୁ ଜଗନ୍ନାଥ ଜୟନାରାୟଣଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ଲେନିନ୍।

    Maximum 500 characters

    ରାଜନୀତି View all

    Find Us on Facebook