Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବେଆଇନ ଖଣି ଖୋଳା ନେଇ ହେଉନି କାର୍ୟ୍ୟାନୁଷ୍ଠାନ :ବ୍ୟୋମକେଶ

    Share on :
    ajab-Image
    Date: Mar 17, 2025    Views: 3406

    ଭୁବନେଶ୍ୱର: ରାଜ୍ୟରେ ଖଣିଜ ପଦାର୍ଥ ଲୁଟର ସର୍ଦ୍ଦାର ସାଜିଛନ୍ତି ରାଜ୍ୟ ସରକାର । ଶାସକ ଦଳର ବିଧାୟକମାନଙ୍କ ମାଧ୍ୟମରେ ଏହାର ନେଟୱାର୍କ ମୁଖ୍ୟମନ୍ତ୍ରୀଙ୍କ ପର୍ୟ୍ୟନ୍ତ ଲମ୍ବିଛି । ସକାଳୁ ସନ୍ଧ୍ୟା, ସମସ୍ତେ ଏହାର ଲୁଟରେ ମାତିଛନ୍ତି । କିଛି ଏଭଳି କଥା କହି ଆଜି ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଟାର୍ଗେଟ୍ କରିଛି ବିଜେଡି ।  ବିଜେଡି ବିଧାୟକ ବ୍ୟୋମକେଶ ରାୟ ଆହୁରି ମଧ୍ୟ କହିଛନ୍ତି ଯେ, ଖଣି ମାଲିକଙ୍କ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଉନାହିଁ। ଯେଉଁଠି ବେଆଇନ ଖଣି ଖୋଳା ଚାଲିଛି, ସେଠାରେ କାର୍ୟ୍ୟାନୁଷ୍ଠାନ ହେଉନାହିଁ। ଖଣି ମାଫିଆ ଦିନରେ ଚୋରି କରୁଛନ୍ତି। ଏହାକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । କେନ୍ଦୁଝରରେ ସର୍ବାଧିକ ଚୋରା ଖଣି କାରବାର ହେଉଛି। ଏହାର ଟଙ୍କା ବିଧାୟକଙ୍କ ରାସ୍ତା ଦେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚୁଛି। ସରକାରୀ ଦଳର ବିଧାୟକମାନେ ଖଣିରୁ ଚାନ୍ଦା ନେଉଛନ୍ତି। କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ଶହ ଶହ ଖଣି ମାଫିଆ ତିଆରି କରି ସାରିଲେଣି ବୋଲି କହିଛନ୍ତି ବ୍ୟୋମକେଶ।

    Maximum 500 characters

    ରାଜନୀତି View all

    Find Us on Facebook