Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଧର୍ମେନ୍ଦ୍ର ବହୁତ କଥା କହୁଛନ୍ତି, ସେ ତାଙ୍କ ନିଜ ଦଳ କଥା ବୁଝନ୍ତୁ: ବିଜେଡି

    Share on :
    ajab-Image
    Date: Mar 15, 2023    Views: 3863

    ଭୁବନେଶ୍ୱର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବା ଏବଂ ବିଜେଡି ତାଙ୍କୁ ଅବହେଳା କରିବା ପ୍ରସଙ୍ଗରେ ଜବାବ ରଖିଲେ ବିଜେଡି ବିଧାୟକ ଭାଗିରଥୀ ସେଠୀ । ଭାଗିରଥୀ କହିଛନ୍ତି, ଧର୍ମେନ୍ଦ୍ର ବହୁତ କଥା କହୁଛନ୍ତି, ସେ ତାଙ୍କ ନିଜ ଦଳ କଥା ବୁଝନ୍ତୁ । ତାଙ୍କ ଦଳରେ ନେତାଙ୍କ ଭିତରେ ଅନେକ ଫାଟ ଅଛି । ଭର୍ତ୍ତୃହରି ବାବୁଙ୍କ କଥା କାହିଁକି ଚିନ୍ତା କରୁଛନ୍ତି ।ଭର୍ତ୍ତୃହରି ବାବୁ ୬ ଥର ସାଂସଦ ହେଲେଣି, ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ସୁସମ୍ପର୍କ ରହିଛି । ସେ ଦଳରେ ବର୍ତମାନ ଅଛନ୍ତି ଏବଂ ରହିବେ ମଧ୍ୟ । ବିଜେଡି ଭର୍ତ୍ତୃହରିଙ୍କ ପ୍ରତି କେବେ ଅବହେଳା କରିନାହିଁ ।
    ପାଣ୍ଡବ ଓ କୌରବ ପ୍ରସଙ୍ଗକୁ ନେଇ ଭାଗିରଥୀ କହିଛନ୍ତି, ସେ ବହୁତ ମହାଭାରତ କଥା ଜାଣିଛନ୍ତି, ସେ ଯଦି କୌରବ ତେବେ ପାଣ୍ଡଵ କିଏ ? ସେମାନେ ପାଣ୍ଡଵ ଶିବିରରେ ରହି କି କାମ କରୁଛନ୍ତି ? ପାଣ୍ଡଵ ଶିବିରରେ ରହି ଶକୁନି କାମ କରୁଛନ୍ତି, ଓଡିଶାକୁ ନଷ୍ଟ କରିବା ପାଇଁ ଶକୁନିର ଭୂମିକା ନିର୍ବାହ କରୁଛନ୍ତି । ପାଣ୍ଡବ ତ ନ୍ୟାୟ ଧର୍ମରେ ରହିଥିଲେ, ବିଜେଡି ବି ନ୍ୟାୟ ଧର୍ମରେ ଅଛି ।
    ଦିଲ୍ଲୀରେ ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଧର୍ମେନ୍ଦ୍ର କହିଥିଲେ, ୬ ଥରର ସାଂସଦଙ୍କୁ କେହି ଜଣେ କହିଛନ୍ତି ଯେ, ସେ କାଉନସିଲର ଭାବେ ମଧ୍ୟ ଜିତି ପାରିବେନି ।
    ଏକଥା ରାଜନୀତିରେ ମଝିରେ ମଝିରେ ହୁଏ । କିନ୍ତୁ ଭର୍ତ୍ତୃହରିଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଆଦର ରହିଛି । ଦଳମତ ନିର୍ବିଶେଷରେ ତାଙ୍କ ପ୍ରତି ସମସ୍ତଙ୍କ ଆଦର ରହିଛି । ସେ ହେଉଛନ୍ତି ଭୀଷ୍ମ ପିତାମହ । ଇଚ୍ଛାମୃତ୍ୟୁ ହେଲେ ସେ ଘରକୁ ଯିବେ । ଏପରିକି ରାଜ୍ୟର ସାଂପ୍ରତିକ ସ୍ଥିତିକୁ ନେଇ ଧର୍ମେନ୍ଦ୍ର ଉଦବେଗ ପ୍ରକାଶ କରିବା ସହ ଓଡିଶାର କୌରବ ସେନା ଯେତେ ଚିତ୍କାର କଲେ ବି ସେ ତାକୁ ମୁଣ୍ଡପାତି ସହିବାକୁ ପ୍ରସ୍ତୁତ ଥିବା କହିଥିଲେ । କୌରବ ସେନା ଯାଜ୍ଞସେନୀ ପଢିନାହାନ୍ତି ତେଣୁ ମହିଳା ସମ୍ବେଦନଶୀଳତାକୁ ବୁଝିପାରନ୍ତି ନାହିଁ ବୋଲି ତାତ୍ସଲ୍ୟ କରିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook