Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡିରୁ ତଡା ଖାଇଥିବା ନେତାଙ୍କୁ କୋଳାଉଛି ବିଜେପି : ବିଜେଡି

    Share on :
    ajab-Image
    Date: Nov 12, 2023    Views: 4602

    ବ୍ରହ୍ମପୁର : ଜନ ବିରୋଧି କାର୍ୟ୍ୟ ପାଇଁ ଯେଉଁ ନେତାଙ୍କୁ ବିଜେଡି ଦଳରୁ ତଡି ଦେଇଛି ତାଙ୍କୁ କୋଳେଇ ନେବାପାଇଁ ଏବେ ବିଜେପି ଆଗଭର । ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ବିଜେପି ଦଳରେ ନୀତି ଆଦର୍ଶ ବୋଲି କିଛି ନାହିଁ କି ସେମାନେ ନୂଆ ନେତା ସୃଷ୍ଟି କରିପାରୁ ନାହାନ୍ତି । କାଲି ଯାହାକୁ ଦୁର୍ନୀତିଗ୍ରସ୍ତ କହି ଗାଳି ଦେଉଥିଲେ ଆଜି ତାଙ୍କୁ ନେବାପାଇଁ ବିଜେପିକୁ ନିଦ ହେଉନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ସଭାପତି ବିକ୍ରମ ପଣ୍ଡା ।
     ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ ଶୁଣିବାକୁ ମିଳୁଛି ଯେ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବାକୁ ଯାଉଛନ୍ତି । ସେ ବିଜେଡିରୁ ଅତୀତରେ ତଡା ଖାଇଥିବାବେଳେ ଏବେ ଜାମିନରେ ଅଛନ୍ତି । ଏଭଳି ନେତାଙ୍କୁ କିଭଳି ବିଜେପି ଆପଣେଇବାକୁ ଯାଉଛି ତାହା ଆମ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । କାରଣ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଠକିଥିବା ଲୋକଟିକୁ ବିଜେପି ନେତାମାନେ କିଭଳି ବିଶ୍ୱାସ କରୁଛନ୍ତି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କହିଛନ୍ତି ।
    ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ତଥା ଓଡିଶା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଥିଲେ ଯେ ଡକ୍ଟର ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଚାକିରି ଦେବାକୁ କହି ଠକିବା ପରେ ବିଭିନ୍ନ ଥାନାରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା ଏବଂ ବିଜୁ ଜନତା ଦଳର ସଭାପତି  ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ।କରୋନା ସମୟରେ ସୁରଟରେ ଥିବା ଗଞ୍ଜାମବାସୀଙ୍କୁ ଫେରାଇ ଆଣିବାପାଇଁ ରାଜ୍ୟ ସରକାର ଚେଷ୍ଟା କରୁଥିବାବେଳେ ଶ୍ରୀ ପାଣିଗ୍ରାହୀ ଏହାକୁ ଦୃଢ ବିରୋଧ କରିଥିଲେ । ସେମାନେ କିଭଳି ଗଞ୍ଜାମ ନଫେରିବେ ସେଥିପାଇଁ ଷଡଯନ୍ତ୍ର କରିବା ସହିତ ଚାପ ପକାଉଥିଲେ ।

    ଶ୍ରୀ ପଣ୍ଡା କହିଛନ୍ତି ଯେ ଏସବୁ ଜନ ବିରୋଧି କାର୍ୟ୍ୟକୁ ସେତେବେଳେ ଗଞ୍ଜାମ ବିଜେପି ଓ ରାଜ୍ୟ ବିଜେପି ନେତାମାନେ ଦୃଢ ବିରୋଧ କରୁଥିଲେ । ଏହି ନେତାମାନେ ସେତେବେଳେ ରାଜରାସ୍ତାରେ ଆନ୍ଦୋଳନ କରି ପ୍ରଦୀପ ପାଣିଗ୍ରାହୀଙ୍କୁ ଚିଟ୍‍ଫଣ୍ଡ ଚୋର, ବାଲିଚୋର, ଜମି ଚୋର ଓ ମଦ ମାଫିଆଙ୍କ ସମର୍ଥକ ବୋଲି କହି ତାଙ୍କୁ ଗିରଫ କରିବାପାଇଁ ଚିତ୍କାର କରୁଥିବାବେଳେ ଏବେ ଆପଣାର କରିନେବାକୁ ସଜବାଜ ହେଉଛନ୍ତି ।

    ଗୋପାଳପୁରର ବିଜେପି ନେତା ବିଭୂତି ଜେନା ଯିଏ ପ୍ରଦୀପ ପାଣିଗ୍ରାହୀଙ୍କ ଏସବୁ କାର୍ୟ୍ୟପାଇଁ ତାଙ୍କ ବିରୁଦ୍ଧରେ ଆନ୍ଦୋଳନ କରୁଥିଲେ, ଆଜି କେମିତି ତାଙ୍କୁ ଆଶ୍ରା ଦେବାକୁ ଏତେ ଆଗଭର ହେଉଛନ୍ତି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook