Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟର ସଫଳତାରେ ଖୁସି ହେବା ଶିଖୁ ବିଜେପି: ବିଜେଡି

    Share on :
    ajab-Image
    Date: Sep 11, 2023    Views: 3642

    ଭୁବନେଶ୍ୱର: ଯେତେବେଳେ ଓଡ଼ିଶା ହକି ବିଶ୍ୱକପ ଆୟୋଜନ କଲା, ସେତେବେଳେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ସମେତ ୧୪୦ କୋଟି ଭାରତୀୟ ଖୁସି ଓ ଗର୍ବ ଅନୁଭବ କରିଥିଲେ । କିନ୍ତୁ ଓଡ଼ିଶା ବିଜେପିର ପ୍ରତିକ୍ରିୟା ଏପରି ଥିଲା ଯେମିତିକି ଏକ ବଡ ଧରଣର ଦୁଃଖଦ ଓ ଖରାପ ଘଟଣା ଘଟିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ।

    ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ମହାନ୍ତି କହିଛନ୍ତି ଯେ ରାଜ୍ୟ ଓ ଦେଶ ପାଇଁ କୌଣସି ଭଲ ଘଟଣା ଘଟିଲେ କେତେ ଖୁସି ଲାଗେ ତାହା ବିଜୁ ଜନତା ଦଳକୁ ଓଡ଼ିଶା ବିଜେପି ନଶିଖାଉ । ରାଷ୍ଟ୍ର ନିର୍ମାଣ ଓ ରାଜ୍ୟ ନିର୍ମାଣ ପାଇଁ ହେଉଥିବା କଲ୍ୟାଣମୂଳକ କାର୍ୟ୍ୟରେ ସବୁବେଳେ ଅଧିକ ଖୁସି ବ୍ୟକ୍ତ କରିଥାନ୍ତି ବିଜୁ ଜନତା ଦଳର କର୍ମୀ । ଓଡ଼ିଶାରେ ଯେତେବେଳେ କିଛି ଭଲ କାମ ହେଉଛି ସେତେବେଳେ ରାଜ୍ୟ ବିଜେପିର କର୍ମୀ ଓ ନେତା ଦୁଃଖିତ ନହୋଇ ଖୁସି ହୁଅନ୍ତୁ ବୋଲି ଆମେ ଅନୁରୋଧ କରୁଥିବା ଡକ୍ଟର ମହାନ୍ତି କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook