Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଫସଲ ବୀମା ଯୋଜନାର ବିଫଳତାକୁ ବିଜେପି ରାଜ୍ୟ ମୁଣ୍ଡରେ ଲଦୁଛି: ବିଜେଡି

    Share on :
    ajab-Image
    Date: Nov 11, 2022    Views: 3697

    ଭୁବନେଶ୍ୱର: ଏହି ଯୋଜନାଟି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନାମରେ ନାମିତ । ନିଜ ନାମରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ଯୋଜନାଟି କେନ୍ଦ୍ରର ନା ରାଜ୍ୟର ବୋଲି କହିଛନ୍ତି ବରଗଡର ବିଜେଡି ବିଧାୟକ ଦେବେଶ ଆଚାର୍ୟ୍ୟ ।  ଆଚାର୍ୟ୍ୟ କହିଛନ୍ତି ଯେ ଏହି ଯୋଜନାର ପ୍ରଥମ ଦୁଇଟି ଶବ୍ଦ ‘ରାଜ୍ୟ ସରକାର’ ନୁହେଁ ବରଂ ‘ପ୍ରଧାନମନ୍ତ୍ରୀ’ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିବା ବେଳେ ବିଜେପି ଫସଲ ବୀମା ଯୋଜନାର ବିଫଳତାର ଦୋଷକୁ ରାଜ୍ୟ ମୁଣ୍ଡରେ ଲଦିବାକୁ ଚେଷ୍ଟା କରୁଛି ।

    ଯେତେବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ ହୋଇଥିଲା, ସେତେବେଳେ ବିଜେପି ଦାବି କରିଥିଲା ଯେ ସେମାନେ ଚାଷୀଙ୍କ ପାଇଁ ବହୁତ ଭଲ କାମ କରିଛନ୍ତି । ବର୍ତ୍ତମାନ ଯେତେବେଳେ ଏହା ଏକ ବିଫଳତା, ସେମାନେ କାହିଁକି ଦୋଷ ଲୁଚାଇବା ସହିତ ରାଜ୍ୟ ସରକାରଙ୍କ ଉପରକୁ ଏହାକୁ ଠେଲିବାକୁ ଚେଷ୍ଟା କରୁଛନ୍ତି ବୋଲି
    ଶ୍ରୀ ଆଚାର୍ୟ୍ୟ ପ୍ରଶ୍ନ କରିଛନ୍ତି । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଦଳ ଦ୍ୱାରା ବୀମା କମ୍ପାନୀମାନଙ୍କୁ ହଜାର ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ଏବେ ପଶ୍ଚିମ ଓଡିଶାର ଲକ୍ଷ ଲକ୍ଷ କୃଷକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବୀମା କମ୍ପାନୀଗୁଡ଼ିକୁ ସୁରକ୍ଷା ଦେବାକୁ ବିଜେପି ଚେଷ୍ଟା କରୁଛି ।

    ବିଜେପିରେ କିଛି ଲଜ୍ଜା ରହିବା ଉଚିତ ଏବଂ ପଶ୍ଚିମ ଓଡିଶାର ନିରୀହ ଚାଷୀଙ୍କୁ ମିଛ କହିବା ବନ୍ଦ କରିବା ଉଚିତ୍‍ । ବିଜେପି ନିଶ୍ଚିତ କରିବା ଉଚିତ ଯେ କେନ୍ଦ୍ରରେ ଥିବା ତାଙ୍କ ଦଳର ସରକାର ପଶ୍ଚିମ ଓଡିଶାର କୃଷକମାନଙ୍କୁ ସେମାନଙ୍କର ପଡି ରହିଥିବା ବୀମା ଅର୍ଥ ରାଶି ଶୀଘ୍ର ପ୍ରଦାନ କରନ୍ତୁ ନଚେତ ଲକ୍ଷ ଲକ୍ଷ କୃଷକ ଏହି ମିଛ ତଥାଶୋଷଣ ପାଇଁ ବିଜେପିକୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଧାୟକ ଦେବେଶ ଆଚାର୍ୟ୍ୟ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook