ମୁଖ୍ୟ ଖବର
ଭୁବନେଶ୍ୱର : ନୂଆଦିଲ୍ଲୀରେ ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭେଟିଛନ୍ତି ବିଜେଡିର ରାଜ୍ୟସଭା ଓ ଲୋକସଭା ସାଂସଦ । ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନଖଡ଼ଙ୍କ ପ୍ରତି ଦଳର ସମର୍ଥନ ଘୋଷଣା କରିସାରିଛନ୍ତି । ମଙ୍ଗଳବାର ସେ ଔପଚାରିକ ଭାବେ ବିଜେଡି ସାଂସଦଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ଧନଖଡଙ୍କ ସହ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଛି । ଜଗଦୀପ ସାଂସଦମାନଙ୍କୁ ଭେଟି ସମର୍ଥନ ମାଗିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଧନଖଡ଼ଙ୍କୁ ଭେଟିଥିବା କଥା କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ରାଷ୍ଟ୍ରପତି ନିର୍ବାଚନ ଭଳି ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ଧନଖଡଙ୍କୁ ଭୋଟ ଦେବୁ ବୋଲି ଶ୍ରୀ ମଙ୍ଗରାଜ ସୂଚନା ଦେଇଛନ୍ତି । ଏହି ସାକ୍ଷାତ କାର୍ୟ୍ୟକ୍ରମରେ ସାଂସଦ ପିନାକୀ ମିଶ୍ର, ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ସୁଜିତ କୁମାର, ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ପ୍ରମିଳା ବିଶୋୟୀ, ପ୍ରଶାନ୍ତ ନନ୍ଦ, ଚନ୍ଦ୍ରଶେଖର ସାହୁ, ମହେଶ ସାହୁ, ଅନୁଭବ ମହାନ୍ତି, ଚନ୍ଦ୍ରାଣୀ ମୁର୍ମୁ, ନିରଞ୍ଜନ ବିଶି, ରମେଶ ମାଝି, ମଞ୍ଜୁଲତା ମଣ୍ଡଳ, ରାଜଶ୍ରୀ ମଲ୍ଲିକ ଏବଂ ମମତା ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ