Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ୧୨ କୋଟି ଦେଇ ବିଜେଡ଼ି, ୨୫ କୋଟି ଦେଇ ବିଜେପି ନେଲା ଜମି

    Share on :
    ajab-Image
    Date: Sep 4, 2021    Views: 7679

    ଭୁବନେଶ୍ୱର : ଦଳୀୟ କାର୍ଯ୍ୟାଳୟ ପାଇଁ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିକୁ ଲିଜ ଆକାରରେ ଜମି ପ୍ରଦାନ କରାଯାଇଛି  । ପୂର୍ବରୁ କଂଗ୍ରେସ, ସିପିଏମ ଓ ସିପିଆଇକୁ ମଧ୍ୟ ଦଳୀୟ କାର୍ଯ୍ୟାଳୟ ନିମନ୍ତେ ଜମି ପ୍ରଦାନ କରାଯାଇଥିଲା  । ଏନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ପ୍ରଦାନ କରିଛନ୍ତି  ।

    ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେଯେ, ୧୯୬୪ରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିକୁ ଏକର ପିଛା ୧୦ ହଜାର ଟଙ୍କା ହିସାବରେ ୫ ହଜାର ଟଙ୍କା ମୂଲ୍ୟରେ ୫୦୦ ଡିସିମିଲ ଜମି ଲିଜ ଆକାରରେ ପ୍ରଦାନ କରାଯାଇଥିଲା  । ସେହିପରି ୧୯୯୨ରେ ସିପିଏମ  ଏକର ପିଛା ୧ ଲକ୍ଷ ଟଙ୍କା ହିସାବରେ ୧୭ ହଜାର ୭୯୧ ଟଙ୍କା ଦେଇ ୧୭୮ ଡିସିମିଲ ଜମି ଓ ୧୯୯୮ରେ ସିପିଆଇ ଏକର ପିଛା ୬ ହଜାର ୬ ଶହ ଟଙ୍କା ହିସାବରେ ୮ ଶହ ୬୧ ଟଙ୍କା ଦେଇ ୧୨୯ ଡିସିମିଲ ଜମି ଲିଜ ସୂତ୍ରରେ ନେଇଥିଲେ  ।

    ଚଳିତ ବର୍ଷ ବିଜୁ ଜନତା ଦଳ ପ୍ରଚଳିତ ବେଂଚମାର୍କ ଭାଲୁଏସନ ମୁତାବକ ଧାର୍ଯ୍ୟ ଏକର ପିଛା ୧୦ କୋଟି ୪୭ ଲକ୍ଷ ଟଙ୍କା ହିସାବରେ ୧୨ କୋଟି ୩୮ ଲକ୍ଷ ୬୦ ହଜାର ଶହେ ଟଙ୍କା ମୂଲ୍ୟରେ ୧ ଏକର ୧୮୩ ଡିସିମିଲ ଏବଂ ଭାରତୀୟ ଜନତା ପାର୍ଟି ଏକର ପିଛା ବେଂଚମାର୍କ ଭାଲୁଏସନ ୧୬ କୋଟି ୬୦ ଲକ୍ଷ ଟଙ୍କା ହିସାବରେ ୯୦୯ ଡିସିମିଲ ଜମି ପାଇଁ ୧୫ କୋଟି ୮ ଲକ୍ଷ ୯୪ ହଜାର ଟଙ୍କା ଓ ଏକର ପିଛା ବେଂଚମାର୍କ ଭାଲୁଏସନ ୨୯ କୋଟି ଟଙ୍କା ହିସାବରେ ୩୭୦ ଡିସିମିଲ ଜମି ପାଇଁ ୧୦ କୋଟି ୭୩ ଲକ୍ଷ ଟଙ୍କା ଏହିଭଳି ମୋଟ ୨୫ କୋଟି ୮୧ ଲକ୍ଷ ୯୪ ହଜାର ଟଙ୍କା ଜମା କରି ୧ ଏକର ୨୭୯ ଡିସିମିଲ ସରକାରୀ ଜମି ଲିଜ ସୂତ୍ରରେ ନେଇଛନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook