Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କୋଟିଆ ବାବଦରେ ସରକାର କେବଳ ଘୋଷଣା ଓ ପ୍ରଚାରରେ ସୀମିତ ଅଛନ୍ତି: ପ୍ରସନ୍ନ ଆଚାର୍ୟ୍ୟ

    Share on :
    ajab-Image
    Date: Nov 6, 2026    Views: 2954

    ଭୁବନେଶ୍ୱର: ଆନ୍ଧ୍ରରେ ପଞ୍ଚାୟତ ଭୋଟ୍‌ ସରିଲା । ଏଥିରେ କୋଟିଆ ସାମିଲ ହେବ କି ହେବନି ନେଇ ଚାଲିଥିବା ବିବାଦ କିନ୍ତୁ ଥମିବାର ନାମ ନେଉନି । ଚଳିତ ପଞ୍ଚାୟତ ନିର୍ବାଚନ ବେଳେ ଆମେ କୋଟିଆରେ ବୁଥ୍‌ କରାଇ ଦେଇନୁ କହି ଶାସକ ଦଳ ବାଃ ବାଃ ନେଉଥିବାବେଳେ ବିରୋଧୀ କିନ୍ତୁ କୋଟିଆବାସୀ ଯାଇ ଆନ୍ଧ୍ରରେ ଭୋଟ୍‌ ଦେଇଥିବା ନେଇ ଅଭିଯୋଗ ଉଠାଇଛନ୍ତି । ଏ ନେଇ ସରକାରଙ୍କୁ ଘେରିବା ଜାରି ରହିଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି, କୋଟିଆ ବାବଦରେ ସରକାର କେବଳ ଘୋଷଣା ଓ ପ୍ରଚାରରେ ସୀମିତ ଅଛନ୍ତି । କୋଟିଆକୁ ନେଇ ଏତେ ନାଟକବାଜିର ଆବଶ୍ୟକତା କ’ଣ ରହିଛି ? ପୁଲିସ-ପୁଲିସ ଓ ଅଧିକାରୀ- ଅଧିକାରୀ ଭିତରେ ସଂଘର୍ଷ ହେଉଛି । ଏହାରି ଭିତରେ ରାଜ୍ୟ ସରକାର, କେନ୍ଦ୍ର ସରକାର ସହ ଆଲୋଚନା କଲେଣି କି ? ମୁଖ୍ୟମନ୍ତ୍ରୀ ଗତକାଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଏ ବାବଦରେ ତାଙ୍କ ସହ ଆଲୋଚନା କରିଛନ୍ତି କି ?

    ଏହାର ସମାଧାନ ପାଇଁ କେନ୍ଦ୍ରର ସାହାଯ୍ୟ ମାଗିଛନ୍ତି କି ? ପୁଲିସ-ପୁଲିସ ଭିତରେ ଗଣ୍ଡଗୋଳ କରାଇ କେନ୍ଦ୍ର ସରକାର ମଜା ଦେଖୁଛନ୍ତି କି ? କେନ୍ଦ୍ର କାହିଁକି ଏଥିରେ ହସ୍ତକ୍ଷେପ କରୁନାହିଁ ? ରାଜ୍ୟ ସରକାର କେତେ ଥର କେନ୍ଦ୍ର ସହ ଓ ଆନ୍ଧ୍ର ସହ ଆଲୋଚନା କରିଛନ୍ତି ? ତା’ର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ବୋଲି ଶ୍ରୀ ଆଚାର୍ୟ୍ୟ ଦାବି କରିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook