Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    MMDRକୁ ନେଇ ବର୍ଷିଲେ ବିଜେଡି ନେତ୍ରୀ ସୁଜାତା ରାଉତ

    Share on :
    ajab-Image
    Date: Sep 23, 2026    Views: 3010

    ଭୁବନେଶ୍ଵର : MMDRକୁ ନେଇ ବର୍ଷିଲେ ବିଜେଡି ନେତ୍ରୀ ସୁଜାତା ରାଉତ । ସେ କହିଛନ୍ତି ଯେ, ସୁପ୍ରିମ୍ କୋର୍ଟ ରାୟ ଦେଇଥିଲେ ଯେ ରାଜ୍ୟଗୁଡ଼ିକର ନିଜ ଅଞ୍ଚଳରେ ଥିବା ଖଣିଜ ସମ୍ପଦ ଏବଂ ଖଣିଜ ଜମି ଉପରେ ଟିକସ ଲଗାଇବାର ସମ୍ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ରହିଛି । ଏହି ରାୟ ବଳରେ ଓଡ଼ିଶା ଭଳି ଖଣିଜ ପ୍ରଚୁର ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ୱ ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା । ଏହି ଅର୍ଥ ରାଜ୍ୟର ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ତରୀଣ ଭିତ୍ତିଭୂମି ନିର୍ମାଣରେ ବ୍ୟବହାର ହୋଇପାରିଥାନ୍ତା । ହେଲ MMDR ସଂଶୋଧନ ବିଲ୍ ଅନୁଯାୟୀ, ରାଜ୍ୟଗୁଡ଼ିକ ଖଣିଜ ସମ୍ପଦ ଓ ଖଣିଜ ଜମି ଉପରେ ନିଜସ୍ୱ କର କ୍ଷମତାକୁ ସଙ୍କୁଚିତ କରାଯାଇଛି । 

    ତେବେ ବିଲ୍ ପାରିତ ହେବା ସମୟରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଆବଶ୍ୟକୀୟ ଆଲୋଚନା ନହେବା ଏବଂ ସାଂସଦମାନଙ୍କ ସମର୍ଥନକୁ ନେଇ ସୁଜାତା ପ୍ରଶ୍ନ ଉଠାଯାଇଛନ୍ତି । ଖଣି ଖନନ ଯୋଗୁଁ ଓଡ଼ିଶା ପରିବେଶ ପ୍ରଦୂଷଣ, ପ୍ରସ୍ଥାପନ ଏବଂ ଜଙ୍ଗଲ କ୍ଷୟର ସାମ୍ନା କରୁଛି । ଯଦି କର ଲଗାଇବାର ଅଧିକାର ଛଡ଼ାଇ ନିଆଯାଏ, ତେବେ ରାଜ୍ୟ ବଡ଼ ଧରଣର କ୍ଷତି ସହିବ । MMDR ସଂଶୋଧନ ବିଲ୍ ଯୋଗୁଁ ଓଡ଼ିଶା ନିଜର ବୈଧ ରାଜସ୍ୱରୁ ବଞ୍ଚିତ ହେବାକୁ ବସିଛି । ତେଣୁ ଏହି ବିଲ୍‌କୁ ବିରୋଧ କରିବା ସହ ରାଜ୍ୟର ହକ୍ ଓ ସଂଘୀୟ ଢାଞ୍ଚାର ସୁରକ୍ଷା ପାଇଁ ସୁଜାତା ଦାବି କରିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook