Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନିତ୍ୟ ଆବଶ୍ୟକୀୟ ଜିନିଷର ଦରବୃଦ୍ଧି ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

    Share on :
    ajab-Image
    Date: Sep 18, 2026    Views: 2655


    ଓଡ଼ିଶାର ମୁଦ୍ରାସ୍ଫୀତି ହାର ଦେଶର ମୁଦ୍ରାସ୍ଫୀତି ହାର ଠାରୁ ଅଧିକ
    ଓଡ଼ିଶାରେ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ହାର ଅଧିକ
    ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ହାତବାନ୍ଧି ବସି ରହିଛି
    ଭୁବନେଶ୍ୱର: ମୁଦ୍ରାସ୍ଫୀତି ଯୋଗୁଁ ଓଡ଼ିଶାରେ ନିତ୍ୟ ଆବଶ୍ୟକୀୟ ଜିନିଷର ଅହେତୁକ ଦରବୃଦ୍ଧି ଘଟି ଚାଲିଥିବା ବେଳେ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ବିଜେପି କ୍ଷମତାସୀନ ହେବା ପରଠାରୁ ଗତ ୨ ବର୍ଷରେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ଲଗାତାର ଭାବେ ଦେଶର ମୁଦ୍ରାସ୍ଫୀତି ହାର ଠାରୁ ଅଧିକ ରହୁଛି, ଯାହା ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି ବୋଲି ବିଜେଡି କହିଛି ।
    ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ଶ୍ରୀ ମିହିର ରାୟ କହିଥିଲେ ଯେ, ମୁଦ୍ରାସ୍ଫୀତି ସମ୍ପର୍କରେ ଅଗଷ୍ଟ ୨୦୨୬ରେ ଥିବା ସ୍ଥିତି ଉପରେ ନିକଟରେ ପ୍ରକାଶ ପାଇଥିବା ରିପୋର୍ଟରେ, ଦେଶର ମୁଦ୍ରାସ୍ଫୀତି ହାର ୪.୮୨% ଥିବାବେଳେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ୫.୫୨% ରହିଛି । ଦେଶର ସମସ୍ତ ରାଜ୍ୟ ମାନଙ୍କ ଭିତରେ ଓଡିଶାର ମୁଦ୍ରାସ୍ଫୀତି ହାର ପଞ୍ଚମ ସ୍ଥାନରେ ରହିଛି । କେବଳ ପାଞ୍ଚଟି ରାଜ୍ୟ ଯଥା: ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ତାମିଲନାଡୁ ଓ ତେଲେଙ୍ଗାନା ଭଳି ବଡ଼ ରାଜ୍ୟମାନଙ୍କର ମୁଦ୍ରାସ୍ଫୀତି ହାର ଓଡିଶା ଠାରୁ ଅଧିକ ରହିଛି । ଗୁରୁତ୍ୱପୂର୍ଣ୍ଣ, ଓଡ଼ିଶାର ସହରାଞ୍ଚଳ ଅପେକ୍ଷା ଗ୍ରାମଞ୍ଚଳରେ ମୁଦ୍ରାସ୍ଫୀତି ହାର ଅଧିକ ରହିଛି । ଗ୍ରାମାଞ୍ଚଳର ମୁଦ୍ରାସ୍ଫୀତି ହାର ୫.୯୦% ରହିଥିବା ବେଳେ ସହରାଞ୍ଚଳର ମୁଦ୍ରାସ୍ଫୀତି ହାର ୪.୪୭% ରହିଛି । ୨୦୨୪-୨୫ ଆର୍ଥିକ ବର୍ଷରେ, ଦେଶର ମୁଦ୍ରାସ୍ଫୀତି ହାର ୪.୬% ଥିଲାବେଳେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ୬.୦% ଥିଲା । ନିୟମିତ ଭାବେ ଓଡ଼ିଶାରେ ମୁଦ୍ରାସ୍ଫୀତି ହାର ଦେଶର ମୁଦ୍ରାସ୍ଫୀତି ହାର ଠାରୁ ଅଧିକ ରହୁଛି ଓ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳର ମୁଦ୍ରାସ୍ଫୀତି ଅଧିକ ରହୁଛି ।
    ଶ୍ରୀ ରାୟ ଆହୁରି କହିଥିଲେ ଯେ, ମୁଦ୍ରାସ୍ଫୀତି ହାର ଅଧିକ ହେବା କାରଣରୁ, ରାଜ୍ୟରେ ନିତ୍ୟ ଆବଶ୍ୟକୀୟ ଜିନିଷ ଯଥା: ଚିନି, ପିଆଜ, ଖାଇବା ତେଲ ଓ ଅନ୍ୟାନ୍ୟ ଜିନିଷର ଦର ଅହେତୁକ ବୃଦ୍ଧି ପାଇଛି, ଯେଉଁ କାରଣରୁ ଖାଉଟି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ଅହେତୁକ ବୃଦ୍ଧି ପାଇଥିବା ମୁଦ୍ରାସ୍ଫୀତି ହାରକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ସରକାର କୌଣସି ତତ୍ପରତା ଦେଖାଉ ନାହାନ୍ତି । ରାଜ୍ୟ ସରକାରଙ୍କର ୪୨ଟି ବିଭାଗ ମଧ୍ୟରୁ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସବୁଠାରୁ ଖରାପ ସ୍ଥିତିରେ ରହିଛି । ରାଜ୍ୟର ମୁଦ୍ରାସ୍ଫୀତି ହାର ନିୟମିତ ଭାବେ ଅଧିକ ରହୁଥିବା ବେଳେ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ହାତବାନ୍ଧି ବସି ରହିଛି ।

    Maximum 500 characters

    ରାଜନୀତି View all

    Find Us on Facebook