ମୁଖ୍ୟ ଖବର
ଭୁବନେଶ୍ଵର : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ଶାସକ ଦଳର ନେତାଙ୍କ ଚିଠିକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା । କବିତା ମାଧ୍ୟମରେ ସରକାରଙ୍କୁ କଲେ କଟାକ୍ଷ । ସେ କହିଛନ୍ତି ଯେ, ସରକାର ଅଢେଇ ବର୍ଷରେ ଦେଲେଣି ସବୁ ଉଡେଇ, ଆଉ ଅଢେଇ ବର୍ଷ ରହିଲେ ଲୋକ ଏମାନଙ୍କୁ ଦେବେ ବୁଡ଼େଇ । ତେବେ ଚିଠି ଲେଖାଟା ଶାସକ ଦଳର ନେତାଙ୍କ ଆନ୍ତରିକତା, ସ୍ୱଚ୍ଛ ମନବୃତ୍ତି ନା ହାଇ ଭୋଲ୍ଟେଜ ଡ୍ରାମା ବୋଲି ସେ ପ୍ରଶ୍ନ କରିଛନ୍ତି । ଅରୁଣ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶିଣୁଛନ୍ତି । ୯୫ ପ୍ରତିଶତ ସାମାଧନ ହେଉଛି ବୋଲି କହୁଛନ୍ତି । ତାହାଲେ ମୁଖ୍ୟମନ୍ତ୍ରୀ ତାଙ୍କର ବିଧାୟକ ଓ ସାଂସଦଙ୍କ ଅଭିଯୋଗ କାହିଁକି ଶୁଣୁ ନାହଁନ୍ତି । ସରକାରରେ କିଛି କାମ ହଉନି ବୋଲି ଦଳୀୟ ନେତା ଚିଠି ପରେ ସତ୍ୟ ପ୍ରକାଶ ପାଇଛି । ସାଂସଦ, ବିଧାୟକ ଲୋକଙ୍କ ସ୍ୱରକୁ ଶୁଣି ସରକାରଙ୍କୁ ଚିଠି ଲେଖୁଛନ୍ତି । ବିଜେପି ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ବୋଲି ସେ ସମାଲୋଚନା କରିଛନ୍ତି ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହାର ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ଅଭିଯୋଗ କରିବାର ନୈତିକତା ବିରୋଧୀଙ୍କର ନାହିଁ । ୮୦ ବର୍ଷ ଧରି କରି ନଥିଲେ, ସେମାନେ ଆଜି କଣ ପାଇଁ କହୁଛନ୍ତି । ସରକାର ସବୁ କାମକୁ ତ୍ଵରାନ୍ଵିତ ଢଙ୍ଗରେ କରୁଛନ୍ତି । ସଂକଳ୍ପ ପତ୍ରରେ ଯାହା ଲେଖାଯାଇଛି ସବୁ କାମ ୫ ବର୍ଷରେ କରାଯିବ । ମୌଳିକ ସମସ୍ୟାର ସମାଧାନ ପୁରା କରିବା ସରକାରଙ୍କ ପ୍ରାଥମିକତା ଏବଂ ଏଥିରେ ସରକାର ସଂକଳ୍ପବଦ୍ଧ । ଯେଉଁ କାମ କରାଯାଉଛି ତାହାକୁ ଗତି ଦେବାକୁ ଚିଠି ଲେଖିଛନ୍ତି । ତାକୁ ନକାରାତ୍ମକ ଦିଗରେ ନିଅନ୍ତୁନି । ଚିଠି ଲେଖିଲେ କାମ ତ୍ଵରାନ୍ଵିତ ହେବ ।
Comments ସମସ୍ତ ମତାମତ