ମୁଖ୍ୟ ଖବର
ଭୁବନେଶ୍ଵର : MMDR ପ୍ରସଙ୍ଗକୁ ନେଇ ବିଜେଡିର ବଡ଼ ଘୋଷଣା । MMDR ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ କରିବ ବିଜେଡି । ପ୍ରେସମିଟରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ସୂଚନା । ସେ କହିଛନ୍ତି ଯେ, ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଏବେକାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏ ବିଷୟରେ ଜଣାଇଲେ । ତାଙ୍କୁ ପ୍ରସ୍ତାବ ଦେଲେ । ହେଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସୌଜନ୍ୟତା ଦୃଷ୍ଟିରୁ ଚିଠିର କୌଣସି ଉତ୍ତର ଦେଲେ ନାହିଁ । ଏମଏମଡିଆର ଆଇନ ସଂଶୋଧନ କରି ରାଜ୍ୟର ଅଧିକାର ଛଡାଇ ନେଲେ । ସର୍ବଦଳୀୟ ବୈଠକ ଓ ସ୍ଵତନ୍ତ୍ର ବିଧାନସଭା ଡାକିବାକୁ ନବୀନ ପରାମର୍ଶ ଦେଇଥିଲେ । ହେଲେ ବିଜେପି ତାହା ଶୁଣିଲା ନାହିଁ । ରାଜ୍ୟର ଖଣିଜ ସମ୍ପଦ କେନ୍ଦ୍ର ହାତକୁ ଚାଲିଗଲା । କେନ୍ଦ୍ର ହାତକୁ ସବୁ ଚାଲିଗଲେ ଓଡ଼ିଶାକୁ ପୁଞ୍ଜି ନିବେଶକାରୀ ଆସିବେ ତ ?
ଅରୁଣ ସାହୁ ପୁଣି କହିଛନ୍ତି ଯେ, ୨୦୦୫ ରୁ ୨୦୨୬ ଯାଏ ବାକିଆ ଲକ୍ଷେ ୨୦ ହଜାର କୋଟି ଟଙ୍କା ପାଇଥାନ୍ତା, ଓଡ଼ିଶା ହରାଇଲା । AG ନିଜେ କହୁଛନ୍ତି ଓଡ଼ିଶା କ୍ଷତିଗ୍ରସ୍ତ ହେବ । ୨୦୨୪ ସେପ୍ଟେମ୍ବରରେ ଯେତେବେଳେ ସୁପ୍ରିମକୋର୍ଟ ରାୟ ଆସିଥିଲା ଅର୍ଥ ଆଦାୟ ପାଇଁ ମୁଖ୍ୟମନ୍ତ୍ରୀ କାହିଁକି ବୈଠକ କଲେନି ? ଉତ୍ତର ଦିଅନ୍ତୁ... ବକେୟା ଛାଡ କାହା ସ୍ଵାର୍ଥରେ ? ଖଣି ଖଣିଜ ସମ୍ପଦ ଥିଲା ବୋଲି ପୁଞ୍ଜି ନିବେଶକାରୀ ଓଡ଼ିଶା ଆସୁଥିଲେ । କିନ୍ତୁ ସେ କ୍ଷମତା ଯେତେବେଳେ କେନ୍ଦ୍ର ସରକାର ପାଖକୁ ଗଲା ସେତେବେଳେ ଆଉ ପୁଞ୍ଜିନିବେଶକାରୀ ସଂସ୍ଥା ରାଜ୍ୟକୁ ଆସିବେ ତ ? ତେଣୁ ରାଜ୍ୟପାଳଙ୍କ ଜରିଆରେ ଆମେ ଜଣାଇ ଦେଇଛୁ । ଏମଏମଡିଆର ଆଇନ୍ ପ୍ରତ୍ୟାହାର ନହେଲେ ଅର୍ଥନୈତିକ ଅବରୋଧ, ବାଣିଜ୍ୟିକ ଅବରୋଧ, ଆନ୍ଦୋଳନ କରାଯିବ।
Comments ସମସ୍ତ ମତାମତ