Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଦବୀ ଲାଳସାରେ ଏମଏମଡିଆର ସପକ୍ଷରେ ଯୁକ୍ତି ବାଢୁଛନ୍ତି ଅମର ପଟ୍ଟନାୟକ : ବିଜେଡି

    Share on :
    ajab-Image
    Date: Sep 12, 2026    Views: 2651

     ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ନେଇ ବିଜେଡିକୁ ବିଜେପିର କାଉଣ୍ଟର l ମିଛ ପ୍ରଚାର କରୁଛି ବିଜେଡି l ରାଜ୍ୟ କ୍ଷମତା ହରାଇନି l ରାଜ୍ୟ ଚାହିଁଲେ ଟାସ୍କ ଲଗାଇ ପାରିବ କିନ୍ତୁ କେନ୍ଦ୍ର ସରକାରଙ୍କ ସର୍ତ୍ତ ସହିତ l ସାମ୍ବାଦିକ ସମ୍ମିଳନୀ କରି ଏହି ତଥ୍ୟ ରଖିଛନ୍ତି ପୂର୍ବତନ ସାଂସଦ ଅମର ପଟନାୟକ । ସେପଟେ ଅମର ପଟ୍ଟନାୟକଙ୍କ ମନ୍ତବ୍ୟକୁ ଦୃଢ଼ ଖଣ୍ଡନ କରିଛି ବିଜେଡି । ବିଜେପିରେ ଯୋଗଦେବା ପରେ କୌଣସି ପଦବୀ ପାଇନଥିବାରୁ ହତୋତ୍ସାହିତ ହୋଇପଡ଼ିଥିବା ଅମର, ପଦବୀ ପାଇବା ଲୋଭରେ ଏଭଳି ଭ୍ରମାତ୍ମକ ଓ ଓଡ଼ିଶା ସ୍ୱାର୍ଥ ବିରୋଧୀ ଯୁକ୍ତି ବାଢୁଛନ୍ତି ବୋଲି ବିଜେଡି କହିଛି ।
    ଏମଏମଡିଆର ସଂଶୋଧନ ଆକ୍ଟ ଯୋଗୁଁ ଓଡ଼ିଶାର କୌଣସି କ୍ଷତି ହେବନାହିଁ ବୋଲି ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ମନ୍ତବ୍ୟକୁ ଦୃଢ଼ ଖଣ୍ଡନ କରିଛି ବିଜେଡି । ବିଜେପିରେ ଯୋଗଦେବା ପରେ କୌଣସି ପଦବୀ ପାଇନଥିବାରୁ ହତୋତ୍ସାହିତ ହୋଇପଡ଼ିଥିବା ଅମର, ପଦବୀ ପାଇବା ଲୋଭରେ ଏଭଳି ଭ୍ରମାତ୍ମକ ଓ ଓଡ଼ିଶା ସ୍ୱାର୍ଥ ବିରୋଧୀ ଯୁକ୍ତି ବାଢୁଛନ୍ତି ବୋଲି ବିଜେଡି କହିଛି ।

    ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି, ଅମର ପଟ୍ଟନାୟକଙ୍କ ଯୁକ୍ତିକୁ ତଥ୍ୟ ଓ ପ୍ରମାଣ ମାଧ୍ୟମରେ ଦୃଢ଼ ଖଣ୍ଡନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟର ଆଡ଼ଭୋକେଟ ଜେନେରାଲ ପୀତାମ୍ୱର ଆଚାର୍ଯ୍ୟ ପ୍ରତିନିଧିତ୍ୱ କରି ଖଣି ଟିକସର ବକେୟା ବାବଦକୁ ମିଳିବାକୁ ଥିବା ୧ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ରାଜ୍ୟର ନ୍ୟାର୍ଯ୍ୟ ପ୍ରାପ୍ୟ ବୋଲି କହିବା ସହିତ ଏହା ନ ମିଳିଲେ ଓଡିଶା ବ୍ୟାପକ କ୍ଷତି ସହିବ ବୋଲି ଯୁକ୍ତି କରିଥିଲେ । ଏଜି ଏହି ଯୁକ୍ତିର ଭିଡିଓ ସେ ସାମ୍ୱାଦିକ ମାନଙ୍କ ଆଗରେ ପ୍ରଦର୍ଶିତ କରିଥିଲେ । ଏହାଛଡା, ରାଜ୍ୟ ସରକାରଙ୍କ ମୁଖପତ୍ର ଓଡ଼ିଶା ରିଭ୍ୟୁରେ ମଧ୍ୟ ବକେୟା ୧ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ମିଳିବାକୁ ଅଛି ବୋଲି କୁହାଯିବା ସହିତ ଖଣି ରାଜସ୍ୱ ବାବଦକୁ ବାର୍ଷିକ ୧୨,୦୦୦ କୋଟି ଟଙ୍କା ମିଳିବ ବୋଲି କୁହାଯାଇଥିଲା । ଆଡଭୋକେଟ ଜେନେରାଲଙ୍କ ମନ୍ତବ୍ୟ ଓ ଓଡ଼ିଶା ରିଭ୍ୟୁରେ ସରକାରଙ୍କ ତରଫରୁ ଦିଆଯାଇଥିବା ତଥ୍ୟ ଠିକ୍ ନା ଅମର ପଟ୍ଟନାୟକଙ୍କ କଥା ଠିକ୍ ?

    ଶାଗ ମାଛ ଦରରେ ପୂର୍ବ ସରକାର ଖଣି ଆବଣ୍ଟନ କରିଥିବା ନେଇ ଅମର ପଟ୍ଟନାୟକ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଲେନିନ ମହାନ୍ତି କହିଛନ୍ତି, "ବିଜୁ ଜନତା ଦଳ ସମୟରେ ସ୍ୱଚ୍ଛତାର ସହ ଇ-ନିଲାମ କରି ୮ ଗୁଣ ଖଣି ରାଜସ୍ୱ ବୃଦ୍ଧି ପାଇଥିଲା । ଯେତେବେଳେ ଅନ୍ୟ ବିଜେପି ଶାସିତ ରାଜ୍ୟ ମାନଙ୍କରେ ଏହା ହୋଇପାରି ନଥିଲା । ୨୦୨୦-୨୧ରୁ ୨୦୨୩-୨୪ ମଧ୍ୟରେ କ୍ୟୁମୁଲେଟିଭ୍ ନିଲାମ ପ୍ରିମିୟମ ୮୭ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ ହୋଇପାରିଥିଲା । ସର୍ବାଧିକ ୧୭୩%ରୁ ଉର୍ଦ୍ଧ୍ବ ମାଇନିଂ ପ୍ରିମିୟମ ଖଣି ନିଲାମଧାରୀଙ୍କ ଠାରୁ ଆଦାୟ କରାଯାଇ ପାରିଥିଲା । ବିଜେପିରେ ଯୋଗଦେବା ପରେ ଅମରଙ୍କୁ କୌଣସି ପଦବୀ ମିଳିନଥିବାରୁ ସେ ହତୋତ୍ସାହିତ ହୋଇ ଏଭଳି ରାଜ୍ୟ ସ୍ୱାର୍ଥ ବିରୋଧୀ ମନ୍ତବ୍ୟ ଦେଇଛନ୍ତି । ଜଣେ ଦଳ ଡିଆଁ ନେତା ପଦବୀ ଲୋଭରେ ଦେଇଥିବା ମନ୍ତବ୍ୟ ରାଜ୍ୟର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହି ବିଲକୁ ସଂସଦରେ ଥିବା ବିଜେପିର ୨୦ ଲୋକସଭା ସାଂସଦ ଓ ୫ ରାଜ୍ୟସଭା ସାଂସଦ ଓଡ଼ିଶାର ସ୍ୱାର୍ଥକୁ ବଳି ଦେଇ ସମର୍ଥନ କରିଛନ୍ତି, ଯାହାକୁ ନେଇ ଓଡ଼ିଶାର ଜନସାଧାରଣଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଲୋକଙ୍କ ରୋଷରୁ ବର୍ତ୍ତିବା ପାଇଁ ବିଜେପି ନେତା ମାନେ ବିଭିନ୍ନ ବିତଣ୍ଡା ଯୁକ୍ତି ବାଢୁଛନ୍ତି, ବୋଲି ଲେନିନ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook