ମୁଖ୍ୟ ଖବର
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ ମାମଲା । ହାଇକୋର୍ଟ ଗଲା ବିଜୁ ଜନତା ଦଳ । ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ରିଟ୍ ପିଟିସନ ଦାଖଲ କରିଛି ବିଜେଡିର । ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ୮ ସଦସ୍ୟ ଭୋଟ୍ ଦେଇଥିଲେ । ଦଳୀୟ ନିଷ୍ପତ୍ତି ବିରୋଧରେ ଭୋଟ୍ ଦେଇଥିବାରୁ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦଳ ପିଟିସନ ଦାଖଲ କରିଥିଲା ବିଜେଡି। କିନ୍ତୁ ଟେକ୍ନିକାଲ ଗ୍ରାଉଣ୍ଡରେ ବାଚସ୍ପତି ପିଟିସନକୁ ଖାରଜ କରିଥିଲେ । ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଜେଡି ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରଛି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସୌ୍ଭିକ ବିଶ୍ୱାଳ, ନବ ମଲ୍ଲିକ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ଚକ୍ରଧର କହଁର, ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ କ୍ରସ ଭୋଟିଂ କରିଥିଲେ ।
ସେପଟେ ବିଜେଡି ହାଇକୋର୍ଟ ଯିବା ପ୍ରସଙ୍ଗରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି, ମୁଁ କୌଣସି ଦଳର ନୁହଁ । କାଗଜ କଲମରେ ମୁଁ ବିଜେଡିରେ ଅଛି । ମୁଁ ପଟକୁରାର ସେବା ପାଇଁ ଲାଗିଛି । କିଏ କୋର୍ଟକୁ ଗଲେ ମୁଁ ଚିନ୍ତିତ ନୁହେଁ । ଯିଏ ଯାହା କରିବା କଥା କରନ୍ତୁ । ମୋର କୌଣସି ଅସୁବିଧା ନାହିଁ । ଯିଏ ଯାହା କରିବା କଥା କରନ୍ତୁ । ମୁଁ ଆଇନ ଅନୁସାରେ ଭୋଟ୍ ଦେଇଥିଲି ବୋଲି କହିଛନ୍ତି ।
Comments ସମସ୍ତ ମତାମତ